ମୋରାଦାବାଦ୍‌: ମୋରାଦାବାଦ୍‌ରେ କଂଗ୍ରେସ୍‌ ନେତା ରିଜ୍‌ୱାନ୍‌ କୁରେଶୀଙ୍କ ଦ୍ବାର ଦ୍ବାର ବୁଲି ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ସମୟରେ ‘ରୋଡ୍‌ ସୋ’ ଭଳି ପରିସ୍ଥିତି ଉପୁଜିବାରୁ ଉତ୍ତର ପ୍ରଦେଶ ପୁଲିସ ମାମଲା ରୁଜୁ କରିଛି।

Advertisment

ପ୍ରାପ୍ତ ସୂଚନା ଅନୁସ‌ାରେ, ମୋରାଦାବାଦ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କୁରେଶୀ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ଦ୍ବାର ଦ୍ବାର ବୁଲି ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥିଲେ। କିନ୍ତୁ, ପୁଲିସ କହିବା ଅନୁସାରେ ସେ ପ୍ରଚାର ଅଭିଯାନ ରୋଡ୍‌ ସୋ ପରି ଦିଶୁଥିଲା।

ମୋରାଦାବାଦ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଖିଳେଶ ଭଦୋରିଆ ସାମ୍ବାଦିକମାନଙ୍କୁ କହିଛନ୍ତି, ଦ୍ବାର ଦ୍ବାର ବୁଲି ପ୍ରଚାର ଅଭିଯାନରେ ଯିବାକୁ କଂଗ୍ରେସ ପ୍ରାର୍ଥୀ ରିଜ୍‌ୱାନ୍‌ ଅନୁମତି ନେଇଥିଲେ। କିନ୍ତୁ, ତାଙ୍କ ସହିତ କାର୍‌ ଉପରେ ଲୋକମାନଙ୍କୁ ଦେଖି ତାହା ରୋଡ୍‌ ସୋ ପରି ମନେହେଲା। ସେକ୍ଟର୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି।

publive-image Image Courtesy of Zee News

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ରିଜ୍‌ୱାନ୍‌ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ‘ବିଜେପି’ ନେତାମାନେ ପ୍ରଚାର ଅଭିଯାନ ଚଳାଇବା ବେଳେ କାହିଁକି ‘ଏଫ୍‌ଆଇଆର୍‌’ ଦାଏର ହେଲାନାହିଁ କାହିଁକି?

ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଅଳ୍ପ ଦିନ ପୂର୍ବେ ଦ୍ବାର ଦ୍ବାର ବୁଲି ପ୍ରଚାର ଅଭିଯାନରେ ଯାଇଥିଲେ। ମିରଟ୍‌ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦ୍ବାର ଦ୍ବାର ବୁଲି ପ୍ରଚାର ଅଭିଯାନରେ ଯାଇଥିଲେ। ସେମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’ ହେଲା ନାହିଁ କାହିଁକି? ଦ୍ବାର ଦ୍ବାର ବୁଲି ପ୍ରଚାର କରିବା ସମୟରେ ଜନସାଧାରଣ ଯଦି ନିଃସର୍ତ୍ତ ସ୍ନେହରେ ଆମକୁ ସ୍ବାଗତ କରିବେ, ସେଥିରେ ଆମର ଦୋଷ ରହିଲା କେଉଁଠି? ‘ବିଜେପି’ ଡରି ଯାଇଥିବାରୁ ରାଜନୀତି କରାଯାଉଛି।