ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୫୦ ତଳଳୁ ଖସି ଆସିଛି। ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Advertisment

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୫ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୨୩୩୫୭ଜଣ ଚିହ୍ନଟ ହୋଇଥିବା ବେଳେ ୧୨୧୪୨୭ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୮୧୩ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୯୬ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।