ଭୁବନେଶ୍ବରରୁ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ୨୧୫ଜଣ ସୁସ୍ଥ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଆଜି ଭୁବନେଶ୍ୱରରୁ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୨୩୩ଜଣ ମଧ୍ୟରୁ ସଂଗରୋଧରୁ ୬୪ ଓ ସ୍ଥାନୀୟ ଅଞ୍ଚଳରୁ ୧୬୯ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

 

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୬୮୯ରେ ପହଞ୍ଚଛି । ଏଥିରୁ ୧୧୨୦୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୪୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୩୫୭୫ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |

 

 

ସମ୍ବନ୍ଧିତ ଖବର