ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଆଜି ଭୁବନେଶ୍ୱରରୁ ୨୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୧୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Update on newly detected #COVID19 cases in the last
24hrs under the BMC area on
22nd October (till 9am). pic.twitter.com/UKsEeU49Z1— BMC (@bmcbbsr) October 22, 2021
୨୩୧ଜଣ ମଧ୍ୟରୁ ସଂଗରୋଧରୁ ୬୭ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୯୨୦ରେ ପହଞ୍ଚଛି । ଏଥିରୁ ୧୧୨୨୨୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୩୬୩୩ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |