ନୂଆଦିଲ୍ଲୀ: ୟୁରିଆ ସାରର ଖୁଚୁରା ଦାମ୍ରେ ସାମାନ୍ୟ ବୃଦ୍ଧି କରିବାକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବାରୁ ଚାଷୀମାନେ ଏହି ସାରକୁ ଅତ୍ୟଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ଦଶନ୍ଧିରୁ ଅଧିକ ସମୟ ଧରି ଏହାର ମୂଲ୍ୟ ବଢ଼ାଯାଇନାହିଁ। ସେଥିପାଇଁ ସାର ସବ୍ସିଡି ପରିମାଣର ପ୍ରତିବର୍ଷ ବଢ଼ୁଛି। ୨୦୨୫-୨୬ରେ ସାର ସବ୍ସିଡି ୧.୯୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ଆକଳନ କରାଯାଇଛି। ସବ୍ସିଡି ବିଲ୍ କମ୍ କରିବା ଓ ୟୁରିଆର ଅତ୍ୟଧିକ ବ୍ୟବହାର ରୋକିବା ଲାଗି ତାହାର ଖୁଚୁରା ମୂଲ୍ୟରେ ସାମାନ୍ୟ ବୃଦ୍ଧି କରିବାକୁ ରିପୋର୍ଟରେ କୁହାଯାଇଛି।
ଚାଷୀମାନଙ୍କୁ ଏକର ପିଛା ହିସାବରେ ସିଧାସଳଖ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ବାରା ଚାଷୀଙ୍କ କ୍ରୟ ଶକ୍ତି ବଜାୟ ରହିବ ଓ ନାଇଟ୍ରୋଜେନ୍ର ତୁଳନାତ୍ମକ ମୂଲ୍ୟ ସନ୍ତୁଳିତ ରହିପାରିବ। ଚଳିତ ଆର୍ଥିକ ବର୍ଷରେ ୟୁରିଆ ବ୍ୟବହାର ସର୍ବକାଳୀନ ରେକର୍ଡ ସ୍ତର ୪୦ ନିୟୁତ ଟନ୍ରେ ପହଞ୍ଚିବା ଆଶା କରାଯାଉଛି।
ଆହୁରି ପଢନ୍ତୁ: Skill Development Workshop ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା
କୃଷିର ମୋଟ୍ ମୂଲ୍ୟ ଯୋଗ (ଜିଭିଏ)ରେ ଫସଲର ଭାଗ ଅଧାରୁ ଅଧିକ ରହୁଛି। ଗତବର୍ଷ କିଛି ଏହି କ୍ଷେତ୍ରରେ ଅସ୍ଥିରତା ଦେଖାଦେଇଛି। ଉତ୍ପାଦକତା ବଢ଼ୁନଥିବାରୁ ଏହାର ଅଭିବୃଦ୍ଧି ହାର ବଢ଼ୁନାହିଁ। କିନ୍ତୁ ପ୍ରାଣୀଧନ ଓ ମତ୍ସ୍ୟଚାଷ ଭଳି ସଂକ୍ରାନ୍ତୀୟ କ୍ଷେତ୍ର ୫-୬ ପ୍ରତିଶତ ଅଭିବୃଦ୍ଧି ହାସଲ କରୁଛି। ରବି ଫସଲ ଚାଷ ଭଲ ହୋଇଛି। ତହା ଚାଷୀଙ୍କ ଆୟ ବଢ଼ାଇବା ଓ ଗ୍ରାମାଞ୍ଚଳ ଆୟକୁ ବଜାୟ ରଖିବାରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ସଂକ୍ରାନ୍ତରେ କୁହାଯାଇଛି ଯେ ରୁଟ୍ ଉନ୍ନତୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପରେ ଗୋଦାମରୁ ଉଚିତ୍ ମୂଲ୍ୟ ଦୋକାନକୁ ସାମଗ୍ରୀ ପରିବହନ ଖର୍ଚ୍ଚରେ ୨୫୦ କୋଟି ଟଙ୍କାର ସଞ୍ଚୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/29/29bbs_21_29012026_112-2026-01-29-15-13-12.jpg)