ଭୋଟ୍‌ ପାଇଁ ଉର୍ମିଳାଙ୍କ ମାଛ ବେପାର! ମାଛ ବଜାରରେ ଛମା ଛମା ଗାର୍ଲ

ମୁମ୍ବାଇ: ବଲିଉଡ୍‌ ର ନାମୀ ଅଭିନେତ୍ରୀ ତଥା ନିକଟରେ କଂଗ୍ରେସରେ ଯୋଗ ଦେଇ ପଶ୍ଚିମ ମୁମ୍ବାଇରୁ କଂଗ୍ରେସ ପାଇଁ ପ୍ରାର୍ଥୀ ହୋଇଥିବା ଉର୍ମିଳା ମାତୋଣ୍ଡକର ବୁଧବାର ମତ୍ସ୍ୟଜୀବୀଙ୍କୁ ଭୋଟ୍‌ ମାଗିବା ପାଇଁ ବୋରିବଲି ମାଛବଜାରରେ ପହଂଚିଥିଲେ। ଏହା ପୂର୍ବରୁ ସେ ନିର୍ବାଚନ ପ୍ରଚାର ସମୟରେ କାନ୍ଦିୱଲିରେ କ୍ରିକେଟ୍‌ ଖେଳିଥିବା ମଧ୍ୟ ନଜର ଆସିଥିଲେ। ସେ ବେଟିଙ୍ଗ୍‌ କରିବା ସମୟରେ ବଲ୍‌ ହିଟିଙ୍ଗ୍‌ କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ। ଚାରପୋକ୍‌ ଠାରେ କିଛି ଯୁବକ କ୍ରିକେଟ୍‌ ଖେଳୁଥିବା ସମୟରେ ସେଠାକୁ ର୍ନିବାଚନ ପ୍ରଚାରରେ ଯାଇଥିବା ଉର୍ମିଳା ସେମାନଙ୍କ ସହ ମିଶି କ୍ରିକେଟ୍‌ ଖେଳିଥିଲେ। ଗୁଡ଼ି ପାଡୱା ପର୍ବରେ ସେ ଗଜରା ଏବଂ ଟ୍ରାଡିସନାଲ୍‌ ଲୁକ୍‌ ରେ ଖଞ୍ଜଣୀ ଏବଂ ଢୋଲ ବଜାଉଥିବା ମଧ୍ୟ ଦେଖାଦେଇଥିଲେ।

ଏହାପରେ ସେ କାନ୍ଦିୱଲି ମାଛ ବଜାରକୁ ଯାଇଥିଲେ ଏବଂ କିଛି ସମୟ ପାଇଁ ମାଛ ବିକ୍ରି ମଧ୍ୟ କରିଥିଲେ। ଏହାପୂର୍ବରୁ ସେ ଅଟୋ ଚଲାଉଥିବା ମଧ୍ୟ ନଜର ଆସିଥିଲେ। ଉକ୍ତ ସମୟରେ ଗଣମାଧ୍ୟମ ଏବଂ କଂଗ୍ରେସ ସମର୍ଥକ ମଧ୍ୟ ଉର୍ମିଳାଙ୍କ ସହ ଥିଲେ। ଏହା ପୂର୍ବରୁ ବିଜେପି ନେତ୍ରୀ ତଥା ବରିଷ୍ଠ ଅଭିନେତ୍ରୀ ହେମାମାଳିନୀ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଧାନ ବିଲରେ ଧାନ କାଟିବା ସହ ଟ୍ରାକ୍ଟର ମଧ୍ୟ ଚଲାଇବାର ନଜରକୁ ଆସିଥିଲେ।

ସମ୍ବନ୍ଧିତ ଖବର