ବିଜେପି ଘୃଣା ଓ ସାଂପ୍ରଦାୟିକ ରାଜନୀତି କରୁଛି ବୋଲି କହି ମୋଦିଙ୍କ ସମର୍ଥକଙ୍କ ନାମରେ ଏତଲା ଦେଲେ ଉର୍ମିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥକଙ୍କ ନାମରେ କଂଗ୍ରେସ ପ୍ରାର୍ଥିନୀ ତଥା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏତଲା ଦେଇଛନ୍ତି। ମୁମ୍ବାଇର ବୋରିଭଲି ଥାନାକୁ ଯାଇ ମୋଦି ସମର୍ଥକଙ୍କ ନାମରେ ଉର୍ମିଲା ମାମଲା ରୁଜୁ କରିଛନ୍ତି । ଏହାପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଉର୍ମିଲା ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ଉର୍ମିଲା କହିଛନ୍ତି, ବିଜେପି ଘୃଣା ଓ ସାଂପ୍ରଦାୟିକ ରାଜନୀତି କରୁଛି । ବର୍ତ୍ତମାନ ସମୟରେ ଦେଶରେ ନାରୀ, ମିଡିଆ ଓ ସାଧାରଣ ଜନତା ସୁରକ୍ଷିତ ନୁହଁନ୍ତି। ବିଜେପିର ଶାସନ ଏହିପରି ବୋଲି ସମାଲୋଚନା କରିଛନ୍ତି ଉର୍ମିଲା ମାତୋଣ୍ଡକର ।

ସୂଚନାଯୋଗ୍ୟ, ଉତ୍ତର ମୁମ୍ବାଇ ଆସନରେ କଂଗ୍ରେସ ଟିକେଟର ଲଢୁଥିବା ରଙ୍ଗିଲା ଗାର୍ଲ ଉତ୍ତର ମୁମ୍ବାଇ ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ପ୍ରଚାର କରୁଛନ୍ତି । ତେବେ ଉର୍ମିଲା ପ୍ରଚାର କରୁଥିବା ବେଳେ ମୋଦି ସମର୍ଥକ ମୋଦି ମୋଦି ନାରା ଦେଇଥିଲେ। ଫଳରେ ମୋଦି ସମର୍ଥକ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ଉର୍ମିଲା ଆଜି ଥାନାରେ ଏତଲା ଦେଇଛନ୍ତି ।

ସମ୍ବନ୍ଧିତ ଖବର