ଆମେରିକାରେ ସ୍ଥିତି ଅସମ୍ଭାଳ, ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଲା

ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩,୪୫୨

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୫୦ ହଜାର ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୧ଲକ୍ଷ ୯୨ ହଜାର ଓ ଆରୋଗ୍ୟ ସଂଖ୍ୟା ୭ ଲକ୍ଷ ୫୭ ହଜାର ଟପିଯାଇଛି । ଆମେରିକାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ଓ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇଛି । ଆମେରିକାରେ ସ୍ଥିତି ସାଂଘାତିକ ହୋଇଯାଇଛି । ଏହି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ଓ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇଛି । ତେବେ ୮୫,୯୨୨ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୪୫୨ରେ ପହଞ୍ଚିଛି । ଏହାସହିତ ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଛି ।ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ବୁଧବାର ଅପରାହ୍ନ ୫ଟା ସୁଦ୍ଧା ଭାରତର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୪୫୨ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭୯୧୫ ରହିଛି । ମୃତ୍ୟୁ ସଂଖ୍ୟା ୭୨୩ ରେ ପହଞ୍ଚିଥିବାବେଳେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୪୮୧୩ ରେ ପହଞ୍ଚିଛି । ଏହା ସହିତ ଭାରତର କରୋନା ମୃତ୍ୟୁହାର ୩.୧୮ ପ୍ରତିଶତରେ ପହଞ୍ଚିଥିବାବେଳେ ଆରୋଗ୍ୟ ହାର ୨୦ ପ୍ରତିଶତରେ ପହଞ୍ଚିଛି ।

ଦେଶର ଦ୍ୱିଗୁଣିତ ହାର ମଧ୍ୟ ୧୦ ଦିନକୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ମୋଟ ୮୦ଟି ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ । ୧୫ ଟି ଜିଲ୍ଲାରେ ଗତ ୨୮ ଦିନରେ କୌଣସି ଗୋଟିଏ ମଧ୍ୟ ମାମଲା ଚିହ୍ନଟ ହୋଇନାହିଁ ବୋଲି ଆଜି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର