ନୂଆଦିଲ୍ଲୀ: ସ୍ବାଧୀନ ୟୁକ୍ରେନ୍ ଥିବ କିନ୍ତୁ, ସମୟ ଆସିବ ପୁଟିନ୍ ନ ଥିବେ ବୋଲି ‘ସିଏନ୍ଏନ୍’ ସହିତ ସାକ୍ଷାତ୍କାର ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ମଙ୍ଗଳବାର ଦିନ କହିଛନ୍ତି।
ସେପଟେ, ୟୁକ୍ରେନ୍କୁ ସହାୟତା କରିବା ଲାଗି ସଶସ୍ତ୍ର ବାହିନୀଦ୍ବାରା ସୁରକ୍ଷିତ ‘ନାଟୋ’ ଶାନ୍ତି ମିସନ ପଠାଇବାକୁ ପୋଲାଣ୍ଡ୍ କହିଛି। କିବ୍ ଗସ୍ତ କରିଥିବା ପୋଲାଣ୍ଡ୍ର ଉପପ୍ରଧାନମନ୍ତ୍ରୀ ଜାରୋସ୍ଲ କାକ୍ଜିନ୍ସ୍କି କହିଛନ୍ତି, ଏହି ମିସନ୍ ନିରସ୍ତ୍ର ମିଶନ୍ ହୋଇ ନ ପାରେ। ୟୁକ୍ରେନ୍କୁ ମାନବୀୟ ଏବଂ ଶାନ୍ତିପୂର୍ଣ୍ଣ ସହାୟତା ଯୋଗାଇ ଦେବା ଆବଶ୍ୟକ।
ଉଦ୍ଦେଶ୍ୟମୂଳକ ଭାବେ ରୁଷ୍ ଆରମ୍ଭ କରିଥିବା ଏହି ଯୁଦ୍ଧର ଅବସାନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଉଦ୍ୟମ ଜାରି ରଖିଛି ବୋଲି ରାଷ୍ଟ୍ରପତି ବାଇନେଡନ୍ କହିଛନ୍ତି।
କୃତ୍ରିମ ଉପଗ୍ରହରୁ ପ୍ରାପ୍ତ ନୂଆ ଫଟୋରୁ ଜଣାପଡ଼ିଛି ଯେ, ସମଗ୍ର ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ଜାରି ରଖିବା ସହ ବ୍ୟାପକ ଧ୍ବଂସଲୀଳା ସୃଷ୍ଟି କରୁଛି। କିବ୍ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଏବଂ ମାରିଉପୋଲ୍ ଅଞ୍ଚଳରେ ପ୍ରାୟ ୨,୫୦୦ ସାଧାରଣ ନାଗରିକମାନଙ୍କର ମୃତ୍ୟୁ ଘଟିଥିବା କଥା ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହୁଛନ୍ତି।
/sambad/media/post_attachments/wp-content/uploads/2022/03/ukchildren1.jpg)
Image Courtesy of GMA Network
ଏକ ପ୍ରେସ୍ ରିଲିଜ୍ରେ ‘ୟୁନିସେଫ୍’ ଲେଖିଛି, ପ୍ରତି ମୁହୂର୍ତ୍ତରେ ୫୫ଜଣ ୟୁକ୍ରେନୀୟ ପିଲା ଶରଣାର୍ଥୀ ହେଉଛନ୍ତି। କହିବାକୁ ଗଲେ, ଯୁଦ୍ଧ ଆରମ୍ଭ ବେଳୁ ପ୍ରତି ସେକେଣ୍ଡ୍ରେ ଜଣେ ଲେଖାଏଁ ୟୁକ୍ରେନୀୟ ପିଲା ଶରଣାର୍ଥୀ ହେଉଛନ୍ତି। ସେହି ହିସାବରେ ଦେଖିଲେ ଦୈନିକ ହାରାହାରି ୭୫,୦୦୦ ପିଲା ଶରଣାର୍ଥୀ ହୋଇ ସାରିଛନ୍ତି।
ଜାତିସଂଘ ମଧ୍ୟ କହିଛି ଯେ, ୩ ନିୟୁତ ଜନତା ୟୁକ୍ରେନ୍ ଛାଡ଼ି ଚାଲି ଗଲେଣି। ଜାତିସଂଘର ‘ହାଇକମିସନର୍ ଫର୍ ରିଫ୍ୟୁଜିସ୍’ ଅଫିସ୍ ରିପୋର୍ଟ କରିଛି ଯେ, ଯୁଦ୍ଧ ଆରମ୍ଭ ଦିନରୁ ୩ ନିୟୁତ ଲୋକ ୟୁକ୍ରେନ୍ ପରିତ୍ୟାଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/blinken.jpg)