ଆମେରିକାରେ କରୋନା ପରୀକ୍ଷଣ ସଫଳ ! ସଂକେତ ଦେଲେ ଟ୍ରମ୍ପ

ଓ୍ଵାସିଂଟନ : ଆମେରିକା କରୋନା ଭାଇରସ ଟୀକା ବାହାର କରିବାରେ ସଫଳ ହୋଇଥିବା ଦାବି କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ଵିଟ କରି କହିଛନ୍ତି ଯେ କରୋନା ଟୀକା ସଂପର୍କରେ ଏକ ଭଲ ଖବର ଅଛି । ତେବେ ଏହାପରେ ସେ ଅଧିକ କିଛି ଲେଖିନାହାନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ ଆମେରିକାରେ କରୋନା ଟୀକା ସଫଳତାର ସହ କାର୍ଯ୍ୟ କରୁଛି ।

 

ସେହିପରି ଆମେରିକା ସରକାରଙ୍କ ସଂକ୍ରାମକ ରୋଗ ବିଶେଷଜ୍ଞ ଡଃ. ଅନ୍ଥୋନା ଫୌସି କହିଛନ୍ତି ଯେ ଟୀକାଟି ଯେପରି ଆଶା କରାଯାଉଥିବା ଠିକ ସେପରି ଫଳାଫଳ ଦେଖାଇଛି । ଏହା ଏକ ଭଲ ଖବର । ଏହି ଟୀକାକୁ ଆମେରିକା ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଓ ମଡର୍ନା ଇଙ୍କ୍‌ ପକ୍ଷରୁ ବିକଶିତ କରାଯାଇଛି । ଏହି ଟୀକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଛି । ୨ୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟୀକାର ପରୀକ୍ଷଣ କରାଯିବ । କିଛି ଦିନ ପୂର୍ବେ ଋଷିଆ ମଧ୍ୟ ଏକ ଟୀକାର ସଫଳର ପରୀକ୍ଷଣ କରିଥିବା ଦାବି କରିଥିଲା । ଭାରତରେ ମଧ୍ୟ ଦୁଇଟି ଟୀକାର ପରୀକ୍ଷା ଚାଲିଛି ।

ସମ୍ବନ୍ଧିତ ଖବର