ବରୁଣ ଏକ କୁକୁର ଛୁଆର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ପଚାରିଲେ ସନ୍ତାନ ନାମ କ’ଣ ରଖିବି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ନିଜର ପୋଷ୍ଟ କାରଣରୁ ଚର୍ଚ୍ଚାରେ ରହି ଥାଆନ୍ତି। ବରୁଣ ଧାୱନ ନିଜ ବିବାହ ସମୟରେ ଚର୍ଚ୍ଚାର ପରିସରରେ ରହିଥିଲେ। ସେ ୨୦୨୧ ଜାନୁଆରି ୨୪ ତାରିଖରେ ତାଙ୍କର ପିଲାଦିନର ସାଥୀ ନତାଶ ତଲାଲଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରିଥାଆନ୍ତି।

ତେବେ ବରୁଣ ସୂଚନା ଦେଇ କହିଛନ୍ତି କି ସେ ବାପା ବନି ଯାଇଛନ୍ତି। ବରୁଣ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକି ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି। ଏଥିରେ ସେ ଏକ ଛୋଟ କୁକୁର ଛୁଆ ସହିତ ଖେଳୁଥିବା ଦେଖିବାକୁ ମିଳୁଛନ୍ତି।

 

 

View this post on Instagram

 

A post shared by VarunDhawan (@varundvn)

ବରୁଣ ଧାୱନ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଫାଦରହୁଡ, ମୁଁ ଏଯାବତ ମୋ ପୁଅର ନାମ ଦେଇ ନାହିଁ। ଦାୟାକରି ମୋତେ ସାହାଯ୍ୟ କରନ୍ତୁ।

ଏହି ପୋଷ୍ଟ ପରେ ବରୁଣ ଧାୱନଙ୍କ ପାଖକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଶୁଭେଚ୍ଛା ସାର। ଏଥିସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ବରୁଣଙ୍କ କୁକୁର ନାମ ବାଛିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର