ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସଫଳତା। ସିଏମଆଇଇ ରିପୋର୍ଟ ଅନୁସାରେ ଏପ୍ରିଲରୁ ଜୁନ ମଧ୍ୟରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଓଡ଼ିଶା । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଛନ୍ତି ଯେ ଏହି ସମୟରେ ଅନ୍ୟ ସମସ୍ତ ରାଜ୍ୟରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ନିବେଶ ହୋଇଥିବାବେଳେ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। କେମିକାଲ , ପେଟ୍ରୋ କେମିକାଲ, ଟେକ୍ସଟାଇଲ, ଗ୍ରୀନ ଏନର୍ଜି ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ ଆସିଛି ।

Advertisment

ଶିଳ୍ପ ମନ୍ତ୍ରୀ କହିଛନ୍ତି ସରକାରଙ୍କ ପ୍ରତି ନିବେଶକଙ୍କ ଭରସା ବଢ଼ିଛି। ବର୍ଷକ ମଧ୍ୟରେ ୧ ଲକ୍ଷ ୭୮ ହଜାର କୋଟି ନିବେଶ ହୋଇଥିବାବେଳେ ତିନି ମାସରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ହୋଇଛି। ଖୋର୍ଦ୍ଧା, ଗୋପାଳପୁର ଓ ଯାଜପୁରରେ ଅନେକ ଶିଳ୍ପର ଗ୍ରାଉଣ୍ଡ ବ୍ରେକୀଙ୍ଗ ହୋଇଛି। ଆଗାମୀ ଦିନରେ ଉତ୍କର୍ଷ ଓଡ଼ିଶାରେ ଆସିଥିବା ନିବେଶ ପ୍ରସ୍ତାବକୁ ସରକାର ଗ୍ରାଉଣ୍ଡିଙ୍ଗ ପାଇଁ ଯୋଜନା କରୁଛନ୍ତି। ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ।

୧ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ।ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାଗା ଚିହ୍ନଟ ସରିଥିବା ବେଳେ ପରବର୍ତ୍ତୀ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଜୁନ ୧୬ ତାରିଖରେ ୧ ଲକ୍ଷ ୨୮ ହଜାର କୋଟିର ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟକୁ ଅନୁମୋଦନ ଦିଆଯାଇଥିଲା ।