ରସୁଲପୁର : ଦୁଇଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ପରିବା କ୍ଷେତରେ ଆଣ୍ଠୁଏ ଉପରେ ପାଣି। ତଳୁଆ ଅଞ୍ଚଳରେ ଓ କଚ୍ଚା ଘରେ ରହୁଥିବା ଲୋକଙ୍କ ଅବସ୍ଥା ବେହାଲ ହୋଇଗଲାଣି। ବହୁ ଘରେ ବର୍ଷାପାଣି ପଶିଯାଉଛି। ରସୁଲପୁର ବ୍ଲକରେ ଲଗାଣ ବର୍ଷା କାରଣରୁ ଚାଷ ଜମିରେ ପାଣି ଜମି ରହିଛି। କୋବି, ଝୁଡ଼ଙ୍ଗ, ଲଙ୍କା, ପୋଟଳ କିଆରିରେ ବର୍ଷାଜଳ ଲହଡ଼ି ମାରୁଛି। ପରିବା ଚାଷ ହେଉଥିବା ସିଂହାପୁର, କଲଣ, ବାରବାଟୀ, ବଡ଼କଇଁଚି, ନଠୁଆବର, ଓଡ଼ିଶୋ ଆଦି ପଞ୍ଚାୟତର ହଜାରହଜାର ଚାଷୀ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ବର୍ଷା ଅଭାବରୁ ଅନେକ ଜମିରେ ଧାନ ଫସଲ ହୋଇପାରି ନଥିଲା। ସେହି ସବୁ ଜମିରେ ବିଭିନ୍ନ ପ୍ରକାର ପରିବା ଲାଗିଥିଲା। ଏଥିରେ ପାଣି ପଶିଯିବାରୁ ଫସଲ ଓ ତଳି ନଷ୍ଟ ହୋଇଯାଇଛି। ଧାନ ତ ଯାଇଥିଲା, ପନିପରିବା ଚାଷ ବି ଗଲା ବୋଲି ନାଉପାଳର ଚାଷୀ ନିରଞ୍ଜନ ସାହୁ ଓ ଅର୍ଜୁନ ସାହୁ ଦୁଃଖର ସହିତ କୁହନ୍ତି। ବରଜୁପୁର, ବେତଣ୍ତା, ଫୁଲାଡ଼ି, ପଦ୍ମପୁର, ଭଗତପୁର, ମାନପୁର, ଜାବରା, ନାଉପାଳ, ବେଦମତୀ, ଗରୁଆଳ, କୃଷ୍ଣପଡ଼ା ଆଦି ଅଞ୍ଚଳର ବହୁ ଚାଷୀଙ୍କ ପରିବା ଚାଷ ଏବେ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ପରିବା କିଆରିରେ ପାଣି
ଦୁର୍ବଳ ଘେରିବନ୍ଧ ମରାମତି ହୋଇନି, ବିପଦରେ ନଦୀକୂଳିଆ ଗ୍ରାମ
/sambad/media/post_attachments/wp-content/uploads/2021/09/WhatsApp-Image-2021-09-13-at-21.58.33.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)