ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (ଭିଆଇ) ଦେଶରେ ୫ଜି ସେବା ଆରମ୍ଭ କରିଛି | କେତେକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଏହାକୁ ଦେଶର ୧୭ଟି ସହରରେ ଆରମ୍ଭ କରିଛି। ଏହି ସହରଗୁଡ଼ିକରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଇତ୍ୟାଦି ଅନ୍ତର୍ଭୁକ୍ତ | ବର୍ତ୍ତମାନ, ଏହି ସହରଗୁଡିକର କିଛି ଅଂଶରେ ୫ଜି ସଂଯୋଗ ଯୋଗାଇ ଦିଆଯାଉଛି | ବର୍ତ୍ତମାନ ଏହି ସେବାକୁ ଅଳ୍ପ ପରିମାଣରେ ଆରମ୍ଭ କରି କମ୍ପାନୀ ୫ଜି ସ୍ପେସରେ ପ୍ରବେଶ କରିଛି | ଆଗାମୀ ଦିନରେ ଏହାର ପରିସର ବୃଦ୍ଧି ପାଇବ, ଯାହା ଅନ୍ୟ ଗ୍ରାହକଙ୍କୁ ମଧ୍ୟ ଉପକୃତ କରିବ |ପ୍ରିପେଡ୍ ତଥା କମ୍ପାନୀର ପୋଷ୍ଟପେଡ୍ ଉପଭୋକ୍ତାମାନେ ଏହାର ଲାଭ ପାଇପାରିବେ | କେତେକ ଉପଭୋକ୍ତା ନିଜ ସ୍ମାର୍ଟଫୋନରେ ସକ୍ଷମ ହେଉଥିବା ୫ଜି ସେବାର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି |
ଭିଆଇର ୫ଜି ସଂଯୋଗର ଲାଭ ଉଠାଇବାକୁ ଉପଭୋକ୍ତାଙ୍କୁ ୪୭୫ ଟଙ୍କା ରିଚାର୍ଜ କରିବାକୁ ପଡିବ | ସେହିପରି ପୋଷ୍ଟପେଡ୍ ବ୍ୟବହାରକାରୀଙ୍କୁ ଏଥିପାଇଁ ରେଡଏକ୍ସ ୧୧୦୧ ନେବାକୁ ପଡିବ | ବାସ୍ତବରେ କମ୍ପାନୀର ସିଇଓ ଚଳିତ ବର୍ଷ ଆରମ୍ଭରେ କହିଥିଲେ ଯେ ଭିଆଇ ଆସନ୍ତା ୬-୭ ମାସ ମଧ୍ୟରେ ୫ଜି ସେବା ଆରମ୍ଭ କରିବ।
ଏହି କମ୍ପାନୀ ବର୍ତ୍ତମାନ ହରିୟାଣାର କର୍ଣ୍ଣଲ, ରାଜସ୍ଥାନର ଜୟପୁର, କୋଲକାତା ଏବଂ ପଶ୍ଚିମବଙ୍ଗର ସିଲିଗୁଡି , କେରଳର ତ୍ରିକ୍କରା, ଲଖନଉ ଏବଂ ଆଗ୍ରା, ମଧ୍ୟପ୍ରଦେଶର ଇନ୍ଦୋର, ଗୁଜୁରାଟର ଅହମ୍ମଦାବାଦ, ଆନ୍ଧ୍ରର ହାଇଦ୍ରାବାଦରେ ବିହାରର ପାଟନା, ବେଙ୍ଗାଳୁରୁ, ପଂଜାବର ଜଳନ୍ଧର, ତାମିଲନାଡୁର ଚେନ୍ନାଇ, ମହାରାଷ୍ଟ୍ରର ପୁନେ, ଦିଲ୍ଲୀର ଓଖଲାର କିଛି ଅଂଚଳରେ ସେବା ଆରମ୍ଭ କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/11/06/VdHeU1LzWE3t3NyqAR9g.jpg)