ଡିସେମ୍ବରରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ‘ପ୍ଲାଟିନମ୍ ଜୁବୁଲି ଉତ୍ସବ’ କରିବେ ଉଦ୍ଘାଟନ
ବଲାଙ୍ଗୀର: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆସନ୍ତା ଡିସେମ୍ବର ୨୭ରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ଉପରାଷ୍ଟ୍ରପତି ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ନାରାୟଣ ବିଶ୍ୱବିଦ୍ୟାଳୟର ‘ପ୍ଲାଟିନମ୍ ଜୁବୁଲି ଉତ୍ସବ’କୁ ଉଦ୍ଘାଟନ କରିବେ। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଗସ୍ତ ନେଇ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
On behalf of the people of my Parliamentary Constituency, I thank the Hon’ble Vice-President of India, Shri Venkaiah Naidu Ji, for having kindly consented, to attend the Platinum Jubilee function of Rajendra College, Balangir on 27th December, 2019 at 10:45 am as the Chief Guest. pic.twitter.com/eDHFpOXLkF
— Sangeeta Kumari Singh Deo (@sksingh_deo) November 15, 2019
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜେନ୍ଦ୍ର ନାରାୟଣ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହ ୫ ଦିନ ଯାଏଁ ଚାଲିବ। ଏହି ଅବସରରେ ସେମିନାର, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ସମାରୋହର ବିଭିନ୍ନ ଦିନରେ ବିଶିଷ୍ଟ ଅତିଥି ଯୋଗଦେବେ। ଏଥିରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଆଦି ସାମିଲ ଅଛନ୍ତି। ସେହିଭଳି କାର୍ଯ୍ୟକ୍ରମରେ ବର୍ତ୍ତମାନର ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ସ୍ଥାନୀୟ ସାଂସଦ, ବିଧାୟକ, ବୁଦ୍ଧିଜୀବୀ, ଶିକ୍ଷାବିଦ ଯୋଗଦେବେ ବୋଲି ଜଣାପଡ଼ିଛି।
ପ୍ଲାଟିନମ୍ ଜୁବୁଲି ପୂର୍ବରୁ କଲେଜ ପରିସରରେ ଆଲୁମିନି ଅଫିସ୍ ଖୋଲାଯାଇଛି। ବିଶ୍ୱବିଦ୍ୟାଳୟର ପରିସର ଓ ରାସ୍ତାକୁ ଅଳିଆ ମୁକ୍ତ କରିବା ପାଇଁ ସଂପଳ୍ପ ନିଆଯାଇଛି। ଚଳିତ ମାସ ୧୭ ତାରିଖରେ ଏକ ସଫେଇ ଅଭିଯାନର ଆୟୋଜନ କରାଯାଇଛି। ଏଥିରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେବେ।
ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ୧୯୪୬ରୁ କଳା ବିଷୟରେ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ସେହିଭଳି ଶିକ୍ଷାବର୍ଷ ୧୯୬୪-୬୫ରେ କମର୍ସ ଓ ୧୯୬୫-୬୬ରୁ ବିଜ୍ଞାନରେ ଡିଗ୍ରି ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି।