ସୋର: ସୋର ତହସିଲରେ ଅର୍ଥ କାରବାର ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଚି। ଯେଉଁଥିରେ ତହସିଲଦାରଙ୍କ ନିକଟରେ କାର୍ଯ୍ୟରତ ଅସ୍ଥାୟୀ ଡ୍ରାଇଭର ବିଡା ବିଡା ଟଙ୍କାକୁ ଏକ ଜରିରେ ଭର୍ତ୍ତି କରି ନେଉଥିବା ଦେଖିବାକୁ ମିଳିଛି।ଏଥିରୁ ସ୍ପଷ୍ଟ ଭାବେ ବାରିହେଉଛି ତହସିଲଦାରଙ୍କ ଇଙ୍ଗିତରେ ଏହି ସବୁ କାର୍ଯ୍ୟ ଚାଲିଥିଲା ବୋଲି।
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଡରେ ପଥର ମାଫିଆ ମାନେ ଷ୍ଟକ ପଏଣ୍ଟ କରି ହଜାର ହଜାର ଟ୍ରିପ ପଥର ସାମଗ୍ରୀ ଗଛିତ ରଖିଥିବା ବେଳେ ସୋର ତହସିଲଦାର ଏକ ବର୍ଷରୁ ଉର୍ଦ୍ବ ସମୟ ଧରି ଏଠାରେ କାର୍ଯ୍ୟରତ ଥିବା ସତ୍ବେ ଥରେ ମାତ୍ର ଚଢ଼ାଉ କରି ନାହାନ୍ତି। ତେଣୁ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ପଥର ମାଫିଆମାନେ ଏବଂ ଷ୍ଟକ ପଏଣ୍ଟ ମାଲିକମାନେ ଗତ ନଭେମ୍ବର ୯ ତାରିଖରେ ଏହି ଅର୍ଥ ପ୍ରଦାନ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ପୂର୍ବରୁ ଅର୍ଥ କାରବାରକୁ ନେଇ ଖବର ପ୍ରକାଶନ ପରେ ଉକ୍ତ ଡ୍ରାଇଭରଙ୍କୁ ବାହାର କରାଯାଇଥିବା ବେଳେ କେଉଁ କାରଣରୁ ପୁନଶ୍ଚ ନିଯୁକ୍ତି ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ଏହି ଭିଡିଓ ଆଧାରରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ସହିତ ତଦାଵଟ କରି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏ ବାବଦରେ ସୋର ତହସିଲଦାର ସେକ ସାଗିରଙ୍କୁ ପଚାରିବାରେ ଏହି ଘଟଣା ବାବଦରେ ମୁଁ ଜାଣିନାହିଁ` ଭିଡିଓ ଆଧାରରେ ତଦନ୍ତ କରିବେ ବୋଲି କହିଥିଲେ।
ସୂଚନା ମୁତାବକ, ଗତ କିଛି ଦିନ ତଳେ କିସମ ପରିବର୍ତ୍ତନ ପାଇଁ ସାଜନପୁର ଅଞ୍ଚଳର ବିଜୟ ମହାକୁଡ଼ ତହସିଲକୁ ଆସିଥିବା ବେଳେ ଉକ୍ତ ଡ୍ରାଇଭର ଜଣଙ୍କ ତାଙ୍କୁ ପଚାଶ ହଜାର ଟଙ୍କା ମାଗିଥିଲେ। ଫଳରେ ଏଥିରେ ସେ ରାଜି ନ ହେବାରୁ ଆଜି ପର୍ଯ୍ୟନ୍ତ ସେ କାର୍ଯ୍ୟ ତାଙ୍କର ହୋଇପାରି ନାହିଁ। ଏ ପରି ସ୍ଥଳେ ତହସିଲରେ ମାଫିଆ ରାଜ ଚାଲିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏହାର କାରଣ ସଦୃଶ ଏହି ଅର୍ଥ କାରବାର ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଡରେ ପଥର ମାଫିଆ ମାନେ ଷ୍ଟକ ପଏଣ୍ଟ କରି ହଜାର ହଜାର ଟ୍ରିପ ପଥର ସାମଗ୍ରୀ ଗଛିତ ରଖିଥିବା ବେଳେ ସୋର ତହସିଲଦାର ଏକ ବର୍ଷରୁ ଉର୍ଦ୍ବ ସମୟ ଧରି ଏଠାରେ କାର୍ଯ୍ୟରତ ଥିବା ସତ୍ବେ ଥରେ ମାତ୍ର ଚଢ଼ାଉ କରି ନାହାନ୍ତି। ତେଣୁ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ପଥର ମାଫିଆମାନେ ଏବଂ ଷ୍ଟକ ପଏଣ୍ଟ ମାଲିକମାନେ ଗତ ନଭେମ୍ବର ୯ ତାରିଖରେ ଏହି ଅର୍ଥ ପ୍ରଦାନ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ପୂର୍ବରୁ ଅର୍ଥ କାରବାରକୁ ନେଇ ଖବର ପ୍ରକାଶନ ପରେ ଉକ୍ତ ଡ୍ରାଇଭରଙ୍କୁ ବାହାର କରାଯାଇଥିବା ବେଳେ କେଉଁ କାରଣରୁ ପୁନଶ୍ଚ ନିଯୁକ୍ତି ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ଏହି ଭିଡିଓ ଆଧାରରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ସହିତ ତଦାଵଟ କରି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଏ ବାବଦରେ ସୋର ତହସିଲଦାର ସେକ ସାଗିରଙ୍କୁ ପଚାରିବାରେ ଏହି ଘଟଣା ବାବଦରେ ମୁଁ ଜାଣିନାହିଁ` ଭିଡିଓ ଆଧାରରେ ତଦନ୍ତ କରିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/07/CKdRjeakeszpQT8ApBX4.jpg)