କେନ୍ଦୁଝର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବରିଷ୍ଠ ସହାୟକ | ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ | ଟଙ୍କା କେଉଁଠୁ ଆଣିଲେ ବୋଲି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଧରିଲା ଭିଜିଲାନ୍ସ | କେନ୍ଦୁଝରରେ ଏହି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସେଖରଲାଲ ସାହୁ ଆଜି ସନ୍ଧ୍ୟାରେ ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଘରକୁ ଯାଉଥିଲେ | ତେବେ ଭିଜିଲାନ୍ସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଓ ଟଙ୍କା ଜବତ କରିଥିଲା | ଟଙ୍କା କେଉଁଠୁ ଆଣିଲେ ବୋଲି ସେ କିଛି ନ କହିବାରୁ ଏବେ ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି |
ଭିଜିଲାନ୍ସ ଜାଲରେ କିରାଣୀ, ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲେ
ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବରିଷ୍ଠ ସହାୟକ | ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ | ଟଙ୍କା କେଉଁଠୁ ଆଣିଲେ ବୋଲି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଧରିଲା ଭିଜିଲାନ୍ସ |
/sambad/media/post_attachments/wp-content/uploads/2017/10/Vigilance_Odisha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)