ନୂଆଦିଲ୍ଲୀ: ମଦ ସମ୍ରାଟ୍ ତଥା ଶିଳ୍ପପତି ବିଜୟମାଲ୍ୟାଙ୍କର ଦୃଢ଼ ରାଜନୈତିକ ସମ୍ପର୍କ ରହିଛି। ଜଣେ ସିରିୟସ ଫ୍ରଡ୍ ଇନ୍ଭେଷ୍ଟିଗେସନ ଅଫିସରଙ୍କ ରିପୋର୍ଟକୁ ଭିତ୍ତି କରି ରିପବ୍ଲିକ୍ ଟିଭି ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛିି। ଏଥିରେ ବିଜୟ ମାଲ୍ୟା ତାଙ୍କ ବ୍ୟବସାୟିକ ସଫଳତାର ଉତୁଙ୍ଗ ଶିଖର ଛୁଇଁଥିବା ବେଳେ ରାଜନେତାମାନଙ୍କୁ କିପରି ସହାୟତା କରିଛନ୍ତିଓ ରାଜନେତାମାନେ ବିଜୟମାଲ୍ୟାଙ୍କ ଠାରୁ କିପରି ଫାଇଦା ନେଇଛନ୍ତି ତାହା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟର ଯେଉଁ ଦୁଇଜଣ ବଡ଼ମୁଣ୍ଡ ବିଜୟମାଲ୍ୟାଙ୍କ ଠାରୁ ଫାଇଦା ନେଇଛନ୍ତି ବୋଲି ଉଲ୍ଲେକ ରହିଛି ସେମାନଙ୍କ ମଧ୍ୟରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ନାମ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଏହି ରିପୋର୍ଟ ପ୍ରାୟ ୩୮ ଦିନ ତଳେ ପ୍ରଦାନ କରାଯାଇଛି। ଏଥିରେ ବିଜୟ ମାଲ୍ୟାଙ୍କ ପାଓ୍ଵାର ସେଣ୍ଟର ଓ ରାଜନୈତିକ କନେକସନ ନେଇ ଉଲ୍ଲେଖ ରହିଛି।
ରିପୋର୍ଟ ଅନୁଯାୟୀ, କଂଗ୍ରେସ ଉପାଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର ଲୋକଙ୍କୁ କିଙ୍ଗଫିସର ଏୟାର ଲାଇନ୍ସରେ ସେମାନଙ୍କ ସିଟ୍ଗୁଡ଼ିକୁ ଫ୍ର ଅପଗ୍ରେଡ୍ ସୁବିଧା ମିଳୁଥିଲା। କିଙ୍ଗ ଫିସର ଏୟାର ଲାଇନ୍ସର ସେଲ୍ସ ଟିମ୍ର ବିଜୟ ଆରୋରାଙ୍କ ଠାରୁ ମିଳିଥିବା ଏକ ମେଲ ଅନୁଯାୟୀ, ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର ଲୋକଙ୍କ ଇକୋନୋମି କ୍ଲାସ୍ର ଏୟାର ଟିକେଟ୍ କୌଣସି ଅଧିକ ଟଙ୍କା ପ୍ରଦାନ କରା ନ ଯାଇ ସିଧାସଳଖ ପ୍ରଥମ ଶ୍ରେଣୀ ଟିକେଟ୍କୁ ପରିବର୍ତ୍ତନ ହେଉଥିବା ନେଇ ସୂଚନା ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଟିକେଟ୍ ଅପଗ୍ରେଡେସନ୍ ଅନୁମତି ନିଜେ ବିଜୟ ମାଲ୍ୟା ବ୍ୟକ୍ତିଗତ ଭାବେ ଦେଉଥିଲେ। ଆଉ ଦୁର୍ଭାଗ୍ୟପୂର୍ଣ୍ଣ ହେଉଛିଏ ୟୁପିଏ ସରକାର ତାର ଦ୍ୱିତୀୟ ପାଳିରେ ଗେଟିଏ ପରେ ଗୋଟିଏ ସ୍କାମ୍ରେ ଛନ୍ଦି ହୋଇ ପଡ଼ୁଥିଲା ବେଳେ ଏହି ଘଟଣା ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଦ ସମ୍ରାଟ୍ ତଥା ଶିଳ୍ପପତି ବିଜୟମାଲ୍ୟାଙ୍କ ଠାରୁ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଫାଇଦା ନେଇଛନ୍ତି। ଜଣେ ସିରିୟସ ଫ୍ରଡ୍ ଇନ୍ଭେଷ୍ଟିଗେସନ ଅଫିସରଙ୍କ ରିପୋର୍ଟକୁ ଭିତ୍ତି କରି ରିପବ୍ଲିକ୍ ଟିଭି ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛିି। ଏଥିରେ ବିଜୟ ମାଲ୍ୟା ତାଙ୍କ ବ୍ୟବସାୟିକ ସଫଳତାର ଉତୁଙ୍ଗ ଶିଖର ଛୁଇଁଥିବା ବେଳେ ରାଜନେତାମାନଙ୍କୁ କିପରି ସହାୟତା କରିଛନ୍ତି ଓ ରାଜନେତାମାନେ ବିଜୟମାଲ୍ୟାଙ୍କ ଠାରୁ କିପରି ଫାଇଦା ନେଇଛନ୍ତି ତାହା ଏହି ରିପୋର୍ଟରେ ଉଲ୍ଲେଖ ରହିଛି।
ସିରିୟସ ଫ୍ରଡ୍ ଇନ୍ଭେଷ୍ଟିଗେସନ ଅଫିସରଙ୍କ ଗୁପ୍ତ ରିପୋର୍ଟର ୨୪ ପୃଷ୍ଠାରେ ଉଲ୍ଲେଖ ରହିଛି ଯେ ୨୦୦୮ ମସିହା ସାଧାରଣ ନିର୍ବାଚନ ସମୟରେ ଜାମୁ ଓ କଶ୍ମୀରର ପୁର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲ୍ଲା ଯେଉଁ ହେଲିକ୍ୟାପ୍ଟର ଭଡ଼ାରେ ନେଇଥିଲେ ସେ ତାର ଭଡ଼ା ପ୍ରଦାନ କରି ନାହାଁନ୍ତି। ୨୦୦୮ ମସିହା ନଭେମ୍ବର ମାସ ୨୯ ତାରିଖରେ ବିଜୟମାଲ୍ୟା, ଅରୁଣ ସିଂହ, ଏ ରଘୁନାଥନଙ୍କ ମଧ୍ୟରେ ହୋଇଥିବା ଇଣ୍ଟରନେଟ୍ ମେଲ୍ରୁ ସ୍ପଷ୍ଟ ହୋଇଛି ଯେ ଫାରୁକ ଅବଦୁଲ୍ଲା ହେଲିକ୍ୟାପ୍ଟରର ଭଡ଼ା ଦେବାକୁ କେବେ ଚାହୁଁ ନାହାଁନ୍ତି ଏବଂ ସେହିଦିନ କିଙ୍ଗଫିସର ଏୟାର ଲାଇନ୍ସ ପକ୍ଷରୁ ହେଲିକ୍ୟାପ୍ଟର ଅପରେଟରିଂ ସଂସ୍ଥାକୁ ଏକ ମେଲ ଲେଖି ସ୍ପଷ୍ଟ କରି ଦିଆଯାଇଥିଲା ଯେ ଫାରୁକ୍ ଅବଦ୍ଦୁଲ୍ଲାଙ୍କ ହେଲିକ୍ୟାପ୍ଟର ଭଡ଼ା ତାଙ୍କ ବନ୍ଧୁ ବିଜୟ ମାଲ୍ୟାଙ୍କ ଦ୍ୱାରା ଭରଣା କରାଯାଇଛି। ଏହି ଗୁପ୍ତ ରିପୋର୍ଟ ଦର୍ଶାଯାଇଛି ଯେ କିପରି ବିଜୟମାଲ୍ୟା ସମସ୍ତ ଘଟଣା ନିଜେ ବ୍ୟକ୍ତିଗତଭାବେ ବୁଝୁଥିଲେ। ଏଥିରେ ରାଜନେତାମାନଙ୍କ ଟିକେଟ ଅପ୍ଗ୍ରେଡେସନ୍ଠାରୁ ଆରମ୍ଭ କରି ଚାର୍ଟର ପ୍ଲେନ୍ ଭଡ଼ା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ ବିଜୟ ମାଲ୍ୟା ୨୦୧୬ ମସିହା ମାର୍ଚ୍ଚ ମାସ ୨ ତାରିଖରୁ ଭାରତ ଛାଡ଼ି ଇଂଲଣ୍ଡ ଚାଲି ଯାଇଛନ୍ତି। ବିଜୟମାଲ୍ୟା ତାଙ୍କର ଅକାମି ହୋଇପଡ଼ିଥିବା କିଙ୍ଗଫିସର ଏୟାର ଲାଇନ୍ସ ପାଇଁ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କା ରୁଣ ନେଇ ଦେଶ ଛାଡ଼ି ଚାଲିଯାଇଛନ୍ତି। ତେବେ ଜାନୁଆରି ମାସରେ ଭାରତର ଏକ କୋର୍ଟ କିଙ୍ଗଫିସର ଓ ବିଜୟମାଲ୍ୟାଙ୍କୁ ଋଣ ଦେଇଥିବା ଋଣଦାତାମାନଙ୍କ ଏକ ସମୂହଗଠନ କରି ଋଣ ଆଦାୟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭାରତ ମଧ୍ୟ ବିଜୟମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଛନ୍ତି।
(ରିପବ୍ଲିକ୍ ଟିଭି ସୌଜନ୍ୟରୁ)