ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟବାସୀଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏଣେ ଟିକାର ଘୋର୍‌ ଅଭାବ ଦେଖିବାକୁ ମିଳିଛି। ‌ଏ ନେଇ ନିଜର ମତ ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ ସୂଚନା ଦେଇ କହିଛନ୍ତି କି ‘ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଗତକାଲି ଆମେ ୧,୧୦୮୮୯ ଡୋଜ ଟିକା ଦେଇଛୁ। ଆଉ ୪,୩୫,୩୨୦ ଡୋଜ କୋଭିସିଲଡ ଟିକା ଓ ୧ ,୧୪,୪୯୦ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି। ମାତ୍ର ୨ ଦିନ ମଧ୍ୟରେ ମହଜୁଦ୍‌ ଥିବା ଟିକା ସରିଯିବ। ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି। ଗତକାଲି ୭୦୦ଟି ଟିକାକରଣ କେନ୍ଦ୍ର ବନ୍ଦ ହେଇଯାଇଛି। କୋରାପୁଟ ଜିଲ୍ଲାରେ ଗତକାଲି ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ଥିଲା। ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ ୧୧ ତାରିଖଠାରୁ କର୍ମକ୍ଷେତ୍ରରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ରର ନିର୍ଦ୍ଦେଶ ରହିଛି। ଏଥିପାଇଁ ଜିଲ୍ଲା ଟାସ୍କଫୋର୍ସ ଓ ମହାନଗର ନିଗମ କମିସନରଙ୍କ ଅନୁମତି ନେବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮,୫୨,୨୦୬ ଟିକାକରଣ ହୋଇଛି।’

ସମ୍ବନ୍ଧିତ ଖବର