କାମାକ୍ଷାନଗର: ବଜାର ମଧ୍ୟ ଦେଇ ଦୈନିକ ଶତାଧିକ କୋଇଲା ଟ୍ରକ ଯାତାୟତକୁ ବିରୋଧ ଅଭିଯୋଗରେ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି l କାମାକ୍ଷାନଗର -ଅନଗୁଳ ୫୩ ନମ୍ବର ଜାତୀୟ ରାଜପଥ ର ପରଜଙ୍ଗ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାରୋକ କରିଛନ୍ତି ପରଜଙ୍ଗ ଗ୍ରାମବାସୀ l
ସୂଚନା ଅନୁସାରେ ପରଜଙ୍ଗ ରେଲୱେ ଷ୍ଟେସନ ନିକଟରେ ଥିବା କୋଇଲା ଡିପୋକୁ ପରଜଙ୍ଗ ବଜାର ଅଞ୍ଚଳ ଦେଇ ଦୈନିକ ଶତାଧିକ ଟ୍ରକ ଯିବାଆସିବା କରୁଛନ୍ତି l ଫଳରେ ଗ୍ରାମବାସୀମାନେ ରାସ୍ତାରେ ଯିବାଆସିବାରେ ଅସୁବିଧା ଭୋଗ କରୁଥିବା ବେଳେ ଧୂଳି, ଧୂଆଁ ଓ କୋଇଲା ଗୁଣ୍ଡ ଯୋଗୁଁ ହଇରାଣ ହରକତ ହେଉଛନ୍ତି l ବିଭିନ୍ନ ଆବଶ୍ୟକ କାମରେ ବଜାର, କଲେଜ, ବ୍ଲକ କାର୍ଯ୍ୟାଳୟ କୁ ଆସୁଥିବା ଲୋକମାନେ ହଇରାଣ ହେଉଛନ୍ତି l ତେଣୁ କୋଇଲା ଟ୍ରକ ଗୁଡ଼ିକ କିପରି ବଜାର ରାସ୍ତାରେ ଯିବାଆସିବା ବନ୍ଦ କରାଯିବ ସେନେଇ ଗ୍ରାମବାସୀ ପେଟ୍ରୋଲ ପମ୍ପ ଛକରେ ଜାତୀୟ ରାଜପଥ କରିଛନ୍ତି l
ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ବି କୌଣସି ପ୍ରତିକାର ବ୍ୟବସ୍ଥା ନହେବାରୁ ଗ୍ରାମର ଶତାଧିକ ଲୋକ ରାସ୍ତାରୋକରେ ସାମିଲ ହୋଇଛନ୍ତି l ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିବା ବେଳେ କାମାକ୍ଷାନଗର ଓ ଅନଗୁଳ ମଧ୍ୟରେ ଯାତାୟତ ଠପ ରହିଛି l ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବାନେଇ ଗ୍ରାମବାସୀମାନେ କହିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/05/AHmcu7A83ZMkaSrO7lRj.jpg)