ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ବ୍ଲକ କୁମ୍ଭୀକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡ଼ି ଗ୍ରାମବାସୀ କୋରାପୁଟ-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମଟର ଅଟକି ରହିଥିଲା। କୁମ୍ଭୀକୋଟା ପୁଲିସ ସହିତ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାସୁଝା କରି ତୁରନ୍ତ ପିଇବା ପାଣିର ସୁବିଧା ନେଇ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ରାୟଗଡ଼ା ଜିଲ୍ଲା ସଦର ବ୍ଲକ କୁମ୍ଭୀକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡ଼ି ଗ୍ରାମବାସୀ କୋରାପୁଟ-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମଟର ଅଟକି ରହିଥିଲା। କୁମ୍ଭୀକୋଟା ପୁଲିସ ସହିତ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାସୁଝା କରି ତୁରନ୍ତ ପିଇବା ପାଣିର ସୁବିଧା ନେଇ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ଗ୍ରାମର ମହିଳାମାନେ ରାସ୍ତା ଉପରେ ହାଣ୍ଡି, ବାଲଟି ରଖି ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।