ସୋର: ସୋର ଥାନା ଅଧୀନରେ ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନି ଭଳି ଘଟଣା ବଢ଼ିବାରେ ଲାଗିଛି। ଦିନ ଦ୍ୱିପ୍ରହରେ ଲୁଟ୍ ହେଉଥିବା ବେଳେ ପୁଲିସର ନିଷ୍କ୍ରିୟତା ପାଇଁ ଲୋକମାନଙ୍କର ପୁଲିସ ଉପରୁ ଭରସା ଉଠିଲାଣି। ଫଳରେ କେତେକ ଗାଁରେ ଗ୍ରାମବାସୀମାନେ ପାଳି କରି ରାତି ଉଜାଗର ହୋଇ ଗାଁକୁ ଜଗୁଛନ୍ତି।
ରାତିରେ ସୋର ଥାନା ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୂର ଗ୍ରାମରୁ ଚୋରି ଉଦ୍ୟମ ବେଳେ ମାରଣାସ୍ତ୍ର ସହିତ ଏକ ଗାଡି ଓ ଜଣେ ଚୋରକୁ ଗ୍ରାମବାସୀ ଅଟକାଇ ପୁଲିସକୁ ଜିମା ଦେଇଥିବା ବେଳେ ଚାରିଜଣ ଫେରାର ଥିବା ଜଣାପଡିଛି। ରାତିରେ ଏକ ଅଟୋରେ ୫ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ସାଙ୍ଗରେ ନେଇ ଗାଁ ଭିତରକୁ ପଶିଥିଲେ। ଦୟାନିଧିପୁର ଛକ ନିକଟରେ ଏକ ଘରୁ ଚୋରି ପାଇଁ ଉଦ୍ୟମ କରୁଥିବା ବେଳେ ଗାଁ ଜଗୁଥିବା ଗ୍ରାମବାସୀମାନେ ତାଙ୍କୁ ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀମାନେ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟ ଚାରିଜଣ ବିଲ ମଧ୍ୟଦେଇ ଫେରାର ହୋଇଯାଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡି ଓ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ଯୁବକ ଜଣଙ୍କ ଚୋରି କରିବାକୁ ଆସିଥିବା ସ୍ୱୀକାର କରିଛି ଓ ପୁଲିସ ଅନ୍ୟମାନଙ୍କୁ ଖୋଜୁଥିବା ଜଣାପଡିଛି। ସୋର ପୁଲିସ ନିଷ୍କ୍ରିୟ ହୋଇପଡିଥିବାରୁ ଜଣେ ଦକ୍ଷ ଥାନାଧିକାରୀଙ୍କ ନିଯୁକ୍ତି ପାଇଁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/27/soro0-2025-07-27-09-01-11.jpg)