ପାପଡାହାଣ୍ଡି: ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଉଲିଗୁଡାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର ଘଟଣାରେ ନୂଆ ମୋଡ଼। ଛାତ୍ରୀଙ୍କୁ ବହିଷ୍କାର ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ମାମଲା ପ୍ରତ୍ୟାହାର ଦାବି ବି କରିଛନ୍ତି । ଆଜି ବିଦ୍ୟାଳୟରେ ୨୩ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
ଥାନାରେ ଅଭିଯୋଗ ଅନୁଯାୟୀ ପୋଖରୀ ନିକଟରେ ଗ୍ରାମର ରୁପେନ୍ଦ୍ର ଯାନୀ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେରେ ସପ୍ତମ ଶ୍ରେଣୀ ଛାତ୍ରୀର ବାମ ହାତ ଧରି ନିକଟରେ କାଜୁ ବାଡ଼କୁ ନେବାକୁ ଦୁଷ୍କର୍ମ ଉଦ୍ୟମ କରୁଥିଲା। ଦୁଇ ଜଣ ଛାତ୍ରୀ ଚିତ୍କାର କରିବା ପରେ ପାଖରେ ରହିଥିବା ଜଣେ ମହିଳା ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।ପରେ ଦୁଇ ଜଣ ଛାତ୍ରୀ ବିଦ୍ୟାଳୟରେ ପହଞ୍ଚି ଶିକ୍ଷୟତ୍ରୀଙ୍କୁ ଅବଗତ କରିଥିଲେ।
ସୂଚନା ଅନୁଯାୟୀ, ରାଉଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲ ବଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟରେ ୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି। ଗତ ୧୧ ତାରିଖ ଦିନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ମାସିକ ଋତୁ ହେବା ଯୋଗୁ ସେ ବିଦ୍ୟାଳୟ ଶିକ୍ଷୟତ୍ରୀକୁ ଅବଗତ କରି ନିଜ ଘରକୁ ଚାଲିଯାଇଥିଲେ। ଛାତ୍ରୀ ଜଣକ ଘରକୁ ଯାଇ ଗାଁ ପୋଖରୀକୁ ଶୌଚ କରିବାକୁ ଯାଇଥିଲେ।
ଥାନାରେ ଅଭିଯୋଗ ଅନୁଯାୟୀ ପୋଖରୀ ନିକଟରେ ଗ୍ରାମର ରୁପେନ୍ଦ୍ର ଯାନୀ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେରେ ସପ୍ତମ ଶ୍ରେଣୀ ଛାତ୍ରୀର ବାମ ହାତ ଧରି ନିକଟରେ କାଜୁ ବାଡ଼କୁ ନେବାକୁ ଦୁଷ୍କର୍ମ ଉଦ୍ୟମ କରୁଥିଲା। ଦୁଇ ଜଣ ଛାତ୍ରୀ ଚିତ୍କାର କରିବା ପରେ ପାଖରେ ରହିଥିବା ଜଣେ ମହିଳା ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।ପରେ ଦୁଇ ଜଣ ଛାତ୍ରୀ ବିଦ୍ୟାଳୟରେ ପହଞ୍ଚି ଶିକ୍ଷୟତ୍ରୀଙ୍କୁ ଅବଗତ କରିଥିଲେ।
ପରେ ଗ୍ରାମବାସୀମାନଙ୍କୁ ନେଇ ବିଦ୍ୟାଳୟ ପରିସର ରେ ଏକ ବୈଠକ କରାଯାଇଥିଲା। ରୁପେନ୍ଦ୍ର ଯାନୀ ମଧ୍ୟ ଉପସ୍ଥିତ ରହିଥିଲେ.କୌଣସି ନିଷ୍ପତ୍ତି ନହେବାରୁ ଛାତ୍ରୀଙ୍କ ସମ୍ପର୍କୀୟ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏନେଇ ଡାବୁଗାଁ ଥାନାରେ ମାମଲା ରୁଜୁ କରାଯାଇଛି। ଆଜି ଗ୍ରାମର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ବିଦ୍ୟାଳୟ ଠାରେ ପହଞ୍ଚି ସପ୍ତମ ଶ୍ରେଣୀ ଛାତ୍ରୀ ମିଥ୍ୟା ଅଭିଯୋଗ ଯୋଗୁ ଜଣେ ଯୁବକ ଅନ୍ୟାୟ ରେ ଜେଲ ଯିବ। ଏଥି ଯୋଗୁ ଛାତ୍ରୀ ଏଭଳି ବ୍ୟବହାର ଯୋଗୁ ଗ୍ରାମର ଅନ୍ୟ ଛାତ୍ରଛାତ୍ରୀ ଉପରେ ମଧ୍ୟ ମିଥ୍ୟା ଅଭିଯୋଗର ଭୟ ରହିଛି।ଏଣୁ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ତୁରନ୍ତ ବିଦ୍ୟାଳୟରୁ ବହିଷ୍କାର କରିବାକୁ ଦାବି କରିଥିଲେ ଓ ମାମଲାକୁ ପ୍ରତ୍ୟାହାର କରିବା ଦାବିରେ ବିଦ୍ୟାଳୟରେ ତାଲା ପକାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/swaf-2025-09-16-15-19-10.jpg)