କୋଲକତା : ଅମିତ ଶାହାଙ୍କ ଗାଡ଼ିକୁ ଲାଠି ଫିଙ୍ଗାଯିବା ପରେ ବିଜେପି-ତୃଣମୂଳ କର୍ମୀଙ୍କ ମଧ୍ୟରେ ହିଂସା

କୋଲକତା : ପଶ୍ଚିମବଙ୍ଗରେ ଏଥରର ନିର୍ବାଚନ ବେଶ ହିଂସାବହୁଳ ରହିଛି । ରାଜ୍ୟରେ ହୋଇଥିବା ପ୍ରତିଟି ପର୍ଯ୍ୟାୟରେ ବ୍ୟାପକ ହିଂସା, ଦେଖାଦେଇଛି । ଏହି ହିଂସାକାଣ୍ଡ କରିବାରେ ଶାସକ ତୃଣମୂଳ କଂଗ୍ରେସ କର୍ମୀମାନେ ଆଗୁଆ ଥିବା ବିଜେପି ଅଭିଯୋଗ କରିଛି । ଆଜି କୋଲକତାରେ ବିଜେପି ସଭାପତି ଅମିତ ଶାହାଙ୍କ ରୋଡସୋ ଚାଲିଥିବାବେଳେ ବିଜେପି କର୍ମୀ ଓ ତୃଣମୂଳ କର୍ମୀଙ୍କ ମଧ୍ୟରେ ହିଂସା ଦେଖାଦେଇଛି । ପ୍ରଥମେ ତୃଣମୂଳ କର୍ମୀମାନେ ଅମିତ ଶାହାଙ୍କୁ କଳା ପତାକା ଦେଖାଇବା ବିଜେପି ବିରୋଧା ସ୍ଲୋଗାନ ଦେଇଥିଲେ । ଏହା ପରେ ଶାହାଙ୍କ ଟ୍ରକକୁ କେତେକ ବ୍ୟକ୍ତି ଲାଠି ଫିଙ୍ଗିବା ପରେ ଏହି ହିଂସା ଆରମ୍ଭ ହୋଇଥିଲା । ଏହାପରେ ପୁଲିସ ପକ୍ଷରୁ ଲାଠିଚାଳନା କରାଯାଇଥିବା ଖବର ମିଳିଛି ।
ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ ପଶ୍ଚିମବଙ୍ଗରେ ଦେଖାଦେଇଥିବା ନିର୍ବାଚନୀ ହିଂସା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦାୟୀ । ସେ ମଧ୍ୟ ବ୍ୟଙ୍ଗ ଚିତ୍ର କରିଥିବା ବିଜେପି କର୍ମୀ ପ୍ରିୟଙ୍କା ଶର୍ମାଙ୍କ ଗିରଫଦାରିକୁ ନିନ୍ଦା କରିଥିଲେ ।

ସମ୍ବନ୍ଧିତ ଖବର