ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଲାଇକ, ସେୟାର ଓ କମେଣ୍ଟ ପାଇବା ପାଇଁ ଯୁବପିଢ଼ି ରିଲସ କରିବାରେ ବ୍ୟସ୍ଥା ଅଛନ୍ତି | ବିଶେଷ କରି କେଉଁ ସବୁ କଣ୍ଟେଣ୍ଟ କରିବାକୁ ପଡେ, କେଉଁ ଗୀତରେ କିଭଳି ଡ୍ୟାନ୍ସ ଷ୍ଟେପ କରିବାକୁ ହେବ ତାହା ବୋଧେ ଆଉ ବୁଝାଇବାକୁ ବାକି ନାହିଁ | କିନ୍ତୁ ସୋସିଆଲ ମିଡ଼ିଆର ନିଶାରେ ଯୁବପିଢ଼ି ଏମିତି ମସଗୁଲ ହୋଇଯାଇଛନ୍ତି ଯେ ବେଳେବେଳେ ରିଲସ କରିବା ଚକ୍କରରେ ସ୍ଥାନ, କାଳ ଓ ପାତ୍ର ଭୁଲିଯାଉଛନ୍ତି | ଏବେ ସେମିତି ଏକ ରିଲସ ସାମ୍ନାକୁ ଆସିଛି | ଯେଉଁଥିରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି |

Advertisment

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ, ଶାଢ଼ି ପିନ୍ଧିଥିବା ଜଣେ ଯୁବତୀ ଶ୍ମଶାନରେ ଜଳୁଥିବା ଚିତା ସମ୍ମୁଖରେ ନାଚୁଥିବାର ଦେଖାଯାଉଛି। ଭିଡିଓରେ, ସେ ବାରମ୍ବାର କ୍ୟାମେରା ସାମ୍ନାରେ ପୋଜ୍ ଦେଇ ନାଚୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି | ଏହାକୁ ମୃତକ ଏବଂ ସେମାନଙ୍କ ପରିବାର ପ୍ରତି ଏକ ଅସମ୍ବେଦନଶୀଳ କାର୍ଯ୍ୟ ବୋଲି କହିଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି ଯେ ଏବେ ରିଲସ ତିଆରି କରିବା ଦୌଡ଼ରେ ଲୋକମାନେ ସ୍ଥାନ କି ସମୟ ଦେଖୁନାହାଁନ୍ତି।

ଏବେ ଦେଖାଯାଉଛି ଯେ ସୋସିଆଲ ମିଡିଆର ଫିଭର କେବଳ ସୀମିତ ହୋଇନାହିଁ, ବରଂ ବ୍ୟକ୍ତିକୁ ଲଜ୍ଜା, ସମ୍ବେଦନଶୀଳତା ଏବଂ ସଂସ୍କୃତିରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଦେଇଛି। ପୂର୍ବରୁ ଲୋକମାନେ ରିଲସ ତିଆରି କରିବା ପାଇଁ କାଫେ, ପାର୍କ, ରାସ୍ତା କଡ଼ କିମ୍ବା ଯେକୌଣସି ହିଲ ଷ୍ଟେସନରେ ପହଞ୍ଚି ଯାଉଥିଲେ, କିନ୍ତୁ ଏବେ ସିଧାସଳଖ ଶ୍ମଶାନରେ ଆଧୁନିକ ଗୀତରେ ରିଲସ କରୁଛନ୍ତି | ଭିଡିଓଟି ଇଣ୍ଟରନେଟରେ ଅଧିକ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ୟୁଜର୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।