ଓଡ଼ିଆ ପୁସ୍ତକ ପ୍ରଚ୍ଛଦପଟ୍ଟ ଡିଜାଇନରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ଚିତ୍ରଶିଳ୍ପୀ ଅସିତ ମୁଖାର୍ଜୀ

ଗ୍ରୁପ ଖଲିକୋଟିଆନ୍ ଆନୁକୂଲ୍ୟରେ ଚତୁର୍ଥ "କଳା ଓ କଳାକାର" ଆଲୋଚନା ଚକ୍ର

ଭୁବନେଶ୍ବର  : ଗ୍ରୁପ ଖଲିକୋଟିଆନ୍ ଆନୁକୂଲ୍ୟରେ ଚତୁର୍ଥ “କଳା ଓ କଳାକାର” ଆଲୋଚନା ଚକ୍ର  ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କଳା ଚର୍ଚ୍ଚା ରେ ଓଡ଼ିଶାର ବିଶିଷ୍ଟ ଚିତ୍ର ଶିଳ୍ପୀ ତଥା ଧର୍ମପଦ ପୁରସ୍କାର ପ୍ରାପ୍ତ ଅସିତ୍ ମୁଖାର୍ଜୀ ଙ୍କ କର୍ମମୟ ଶିଳ୍ପୀ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।

ଓଡିଶା ର ବିଶିଷ୍ଟ କଳା ଐତିହାସିକ ତଥା ବିକେ ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ଡ: ଅଲେଖ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚର୍ଚ୍ଚାରେ ଚିତ୍ର ଶିଳ୍ପୀ ବିଜୟ କୁମାର ପ୍ରଧାନ ସମ୍ମାନିତ ବକ୍ତା ଭାବେ ଚିତ୍ରକଳା କ୍ଷେତ୍ରରେ ଅସିତ ମୁଖାର୍ଜୀଙ୍କ ର ଅବଦାନ ବିଷୟରେ ଆଲୋଚନା କରିଥିଲେ ଓ ବିଶିଷ୍ଟ ଲେଖକ, ସାହିତ୍ୟିକ,ପ୍ରାବନ୍ଧିକ,ଅନୁବାଦକ ତଥା ଓଡିଆ ମାସିକ ପତ୍ରିକା ପୌରୁଷ ର ସଂପାଦକ ଡ: ଅସିତ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଅଂଶଗ୍ରହଣ କରି କହିଥିଲେ କି ସେ କିପରି ଭାବରେ ସେତେବେଳେ ଓଡିଶାରେ ଛପା ଯାଉଥିବା ପୁସ୍ତକର ପ୍ରଛଦପଟ୍ଟ ଡିଜାଇନ୍ର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ଡ.ଅଲେଖ ଚରଣ ସାହୁ ତାଙ୍କର ଜୀବନ ଶୈଳୀ ସହିତ ଓଡିଶା ର ସେତେବେଳର ଚିତ୍ର କଳା ପରିସ୍ଥିତି ବିଷୟ ରେ ବର୍ଣ୍ଣନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର  ରେବତୀ କାନ୍ତ ମହାରଣା ଆନୁଷ୍ଠାନିକ ସ୍ବାଗତ ଭାଷଣ ଦେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ଏହି ଆଲୋଚନା ଚକ୍ର ରେ ଗ୍ରୁପ ଖଲିକୋଟିଆନର ଚିଫ୍ ଆଡ୍‌ମିନ ଅସିତ କୁମାର ପଟ୍ଟନାୟକ ଓ ଓଡିଶା ଲଳିତ କଳା ଏକାଡେମୀ ର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁନଗୋ ,ବରିଷ୍ଠ ଚିତ୍ରଶିଳ୍ପୀ ଜୟନ୍ତ କୁମାର ଦାସ, ପଞ୍ଚାନନ ସୁର,କାଳୀ ଚରଣ ପାଢୀ,କୁମାର ଦେବ,ଶଶିକାନ୍ତ ରାଉତ,ଧର୍ମପଦ ବିଶ୍ବାଳ, ନିକୁନଜ ଦାସ, ରମେଶ ଦେ,ବିପିନ୍ ଚନ୍ଦ୍ର ସେଠୀ, ସୁରଥ ଚୌଧୁରୀ,ପ୍ରଭାକର ପାତ୍ର,ଅମରେନ୍ଦ୍ର ମହାରଣା, ମାନସ ପତି, ଡିକେ ବିଶ୍ୱାଳ,ଉତ୍ତମ ଓଝା ଏବଂ ଅଶୋକ ପଟ୍ଟନାୟକ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ପରିଶେଷରେ କୈଳାଶ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର