ଆସିଲା ସାରା ଓଡ଼ିଶାର ଚିତ୍ର: ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ଆଗୁଆ, ଦ୍ୱିତୀୟ ସ୍ଥାନରେ ବିଜେପି

ଭୁବନେଶ୍ୱର: ରାଜ୍ୟର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନରେ ଏକାଧିକ ରାଉଣ୍ଡ୍‌ରେ ଗଣତି ଶେଷ ହୋଇଛି। ମିଳିଥିବା ପ୍ରାଥମିକ ଟ୍ରେଣ୍ଡ୍‌ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ୱନ୍ଦିତା ଜାରି ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ସୂଚନା ମୁତାବକ ବିଜେଡି ୭୪ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଆଗୁଆ ରହିଛି ଏବଂ ୧୧ଟି ଆସନରେ ଆଗୁଆ ରହିଛି କଂଗ୍ରେସ। ସେହିପରି ଲୋକସଭାରେ ବିଜେଡି ୧୩ ସ୍ଥାନରେ ଆଗୁଆ ଥିବା ବେଳେ ବିଜେପି ୭ଟି ସ୍ଥାନରେ ଆଗୁଆ ରହିଛି ଓ କଂଗ୍ରେସ ଗୋଟିଏ ସ୍ଥାନରେ ଆଗୁଆ ରହିଛି।

ରାୟଗଡ଼ାରେ ବିଜେଡି ପ୍ରାର୍ଥୀ ଲାଲ ବିହାରୀ ହିମିରିକା ଆଗରେ ଚାଲିଥିବା ବେଳେ ମାହାଙ୍ଗାରେ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ଆଗରେ ରହିଛନ୍ତି।
ସାଲେପୁରରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି।
କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଆଗୁଆ ରହିଛନ୍ତି।
ପାରଳାଖେମୁଣ୍ଡିରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ସୂଚନା ମିଳିଛି।
ଛତ୍ରପୁରରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି।
ଫୁଲବାଣୀରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ଗୁଣପୁରରେ ମଧ୍ୟ ଆଗରେ ରହିଛି ବିଜେଡି।
ନୟାଗଡ଼ରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଆଗୁଆ ରହିଛନ୍ତି।
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିନ୍ଦ୍ୱନ୍ଦିଙ୍କ ଠାରୁ ଆଗରେ ଅଛନ୍ତି।
ବିଷମକଟକରେ ବିଜେଡି ଆଗୁଆ ରହିଛି।
ନିଆଳିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି।
ଜଗତ୍‌ସିଂହପୁରରେ ମଧ୍ୟ ବିଜେଡି ଆଗୁଆ ରହିିଛି।
ରାଉରକେଲାରେ ମଧ୍ୟ ବଜାୟ ରହିଛି ଏହି ଧାରା। ସେଠାରେ ବିଜେଡି ପ୍ରାର୍ଥୀ ପ୍ରତିଦ୍ୱନ୍ଦିଙ୍କଠାରୁ ଆଗରେ ଅଛନ୍ତି।
ଭଞ୍ଜନଗର ଓ ସୋରଡ଼ାରେ ବିଜେଡି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଆଗରେ ଅଛନ୍ତି।
ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି।
ସମ୍ବଲପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି।
କେନ୍ଦୁଝର ସଦରରେ ବିଜେଡି ଆଗରେ ରହିଛି।
ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ବଲାଙ୍ଗୀର ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି।
କନ୍ଧମାଳ ଳୋକସଭା ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଅନ୍ୟପକ୍ଷରେ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ସୂଚନା ମିଳିଛି।
କୋରାପୁଟ ଜିଲ୍ଲାର ପଟାଙ୍ଗୀ ବିଧାନସଭା ଆସନରେ କଂଗ୍ରେସ ଆଗୁଆ ରହିଥିବା ବେଳେ ଲକ୍ଷ୍ମୀପୁରରେ ବିଜେପି ଆଗୁଆ ରହିଛି।
ଚମ୍ପୁଆ ବିଧାନସଭା ଆସନରେ ବିଜେଡି ଆଗରେ ରହିଥିବା ବେଳେ ରେଙ୍ଗାଲିରେ ଆଗରେ ରହିଛି ବିଜେପି।
ବାଲିଗୁଡ଼ାରେ ବିଜେଡ଼ି ପ୍ରାର୍ଥୀ ଆଗରେ ରହିଛନ୍ତି।
ଯାଜପୁର ଜିଲ୍ଲାର ବରି, ସୁକିନ୍ଦା, ବିଞ୍ଜାରପୁର, ଯାଜପୁର, କୋରେଇ ଓ ଧର୍ମଶାଳାରେ ବିଜେପି ଆଗରେ ରହିଛି।
ନବରଙ୍ଗପୁର ବିଧାନସଭାରେ ବିଜେଡି ଆଗୁଆ ରହିଛି।
ଘଷିପୁରାରେ ଆଗୁଆ ରହିଛି ବିଜେଡି।
ପିପିଲିରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ଆଗୁଆ ରହିଛନ୍ତି।
ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନିତିଶ ଗଙ୍ଗଦେବ ଆଗୁଆ ରହିଛନ୍ତି।
ଖଲିକୋଟ ବିଧାନସଭାରେ ବିଜେଡି ଆଗୁଆ ରହିଥିବା ବେଳେ ଛତ୍ରପୁରରେ ମଧ୍ୟ ବିଜେଡି ଆଗୁଆ ରହିଛି।
କୁଚିଣ୍ଡାରେ ବିଜେପି ଆଗୁଆ ରହିଛି।
କଳାହାଣ୍ଡି ଲୋକସଭା ଆସନରେ ବିଜେପିର ବସନ୍ତ ପଣ୍ଡା ଆଗୁଆ ରହିଛନ୍ତି।
ନିମାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ସମୀର ଦାସ ଆଗୁଆ ରହିଛନ୍ତି।
ଜି.ଉଦୟଗିରି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି।
ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ରହିଛନ୍ତି।
ଝରିଗାଁ ବିଧାନସଭା ଆସନରେ ବିଜେପି ଆଗୁଆ ରହିଛି।
ଉମରକୋଟ ଏବଂ ନବରଙ୍ଗପୁର ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି।
ବାଲିଗୁଡ଼ା, ଅନୁଗୁଳ, ଅତାପିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି।
କେନ୍ଦୁଝର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଆଗୁଆ ରହିଛନ୍ତି।
ଏରସମା ବାଲିକୁଦାରେ ବିଜେପି ପ୍ରାର୍ଥୀ ରଘୁନନ୍ଦନ ଦାସ ଆଗୁଆ ରହିଛନ୍ତି।
ପାଲଲହନା ବିଧାନସଭାରେ ବିଜେଡି ଆଗୁଆ ରହିଛି।
ତାଳଚେରରେ ମଧ୍ୟ ଆଗୁଆ ରହିଛି ବିଜେଡି।

ସମ୍ବନ୍ଧିତ ଖବର