ସୁନ୍ଦରଗଡ଼ ଜିଲ୍ଲାରେ କଡ଼ା ସୁରକ୍ଷା ବଳୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ଵ୍ଲକ୍ ସଦର ମହକୁମାରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ଆରମ୍ଭ ହୋଇଛି। ବିଭିନ୍ନ କେନ୍ଦ୍ରରେ ସକାଳ ୮ଟା ୪୫ ପରେ ପ୍ରାର୍ଥୀ ଓ ଏଜେଣ୍ଟଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ୍ ସିଲ୍ ଖୋଲିବା ପରେ ଭୋଟ୍ ବାକ୍ସ ସବୁ ଭୋଟ୍ ଗଣତି କକ୍ଷକୁ ନିଆଯାଇଛି। ପ୍ରଥମେ ୱାର୍ଡସଭ୍ୟ, ପରେ ସରପଞ୍ଚ, ସମିତିସଭ୍ୟଙ୍କ ଭୋଟ ଗଣତି ହେବ। ଶେଷରେ ଜିଲ୍ଲା ପରିଷଦର ଭୋଟ୍ ଗଣତି ହେବ। ସୁନ୍ଦରଗଡ଼ ବ୍ଲକ ପରିସରରେ କ ଜୋନର ୯ ସରପଞ୍ଚ ଓ ୯ ସମିତିସଭ୍ୟଙ୍କ ସହ ୧୨୫ ୱାର୍ଡର ଭୋଟ୍ ଗଣତି ଆରମ୍ଭ ହୋଇଛି।

ସେହିପରି ବଡ଼ଗାଁ ବ୍ଲକର ୭ ସରପଞ୍ଚ, ସମିତିସଭ୍ୟଙ୍କ ସହ ୯୪ ୱାର୍ଡ, କୁଆରମୁଣ୍ଡା ବ୍ଲକର ୧୧ ସରପଞ୍ଚ, ସମିତିସଭ୍ୟ ସହ ୧୩୭ ୱାର୍ଡ, ଲାଠିକଟା ଵ୍ଲକର ୭ ସରପଞ୍ଚ, ସମିତିସଭ୍ୟ ସହ ୭୯ ୱାର୍ଡ, ବଣାଇଗଡ଼ର ୭ ସରପଞ୍ଚ, ସମିତିସଭ୍ୟ ସହ ୮୫ ୱାର୍ଡ, ସବଡେଗାର ୭ ସରପଞ୍ଚ, ସମିତିସଭ୍ୟ ୮୮ ୱାର୍ଡ, କୁତ୍ରା ବ୍ଲକର ୯ ସରପଞ୍ଚ, ସମିତିସଭ୍ୟ ସହ ୧୦୯ ୱାର୍ଡ, ନୂଆଗାଁର ୧୦ ସରପଞ୍ଚ, ସମିତିସଭ୍ୟ ସହ ୧୨୮ ୱାର୍ଡ, ବିଶ୍ରାର ୫ ସରପଞ୍ଚ, ସମିତିସଭ୍ୟ ଓ ୭୨ ୱାର୍ଡ, ବାଲିଶଙ୍କରାର ୧୦ ସରପଞ୍ଚ, ସମିତିସଭ୍ୟ ଓ ୧୨୧ ୱାର୍ଡ, ରାଜଗାଙ୍ଗପୁରର ୧୨ ସରପଞ୍ଚ, ସମିତିସଭ୍ୟ ଓ ୧୫୧ ୱାର୍ଡ, କୋଇଡାର ୮ ସରପଞ୍ଚ, ସମିତିସଭ୍ୟ ଓ ୯୪ ୱାର୍ଡ, ଲେଫ୍ରିପଡାର ୮ ସରପଞ୍ଚ, ସମିତିସଭ୍ୟ ସହ ୯୭ ୱାର୍ଡ, ଲହୁଣୀପଡାର ୮ ସରପଞ୍ଚ, ସମିତିସଭ୍ୟ ସହ ୧୧୬ ୱାର୍ଡ, ହେମଗିରର ୯ ସରପଞ୍ଚ, ସମିତିସଭ୍ୟ ସହ ୧୦୮ ୱାର୍ଡ, ଟାଙ୍ଗରପାଲିର ୭ ସରପଞ୍ଚ, ସମିତିସଭ୍ୟ ସହ ୯୭ ୱାର୍ଡ, ଗୁରୁଣ୍ଡିଆର ୭ ସରପଞ୍ଚ, ସମିତିସଭ୍ୟ ସହ ୮୪ ୱାର୍ଡର ଭୋଟ ଗଣତି ହେଉଛି। ପ୍ରଥମ ଦିନରେ ଜିଲ୍ଲାର ମୋଟ ୧୪୧ ପଞ୍ଚାୟତ ଓ ୧୭୮୫ ୱାର୍ଡର ଭୋଟ ଗଣତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର