କୋଲକାତା: ମଙ୍ଗଳବାର ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ କଂଗ୍ରେସ ଓ ତୃଣମୂଳ କର୍ମୀଙ୍କ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସାରେ ଜଣେ ମତଦାତା ଛୁରାମାଡର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିରେ ଅନ୍ୟ ୭ଜଣ ବି ଆହତ ହୋଇଥିଲେ। ଛୁରାମାଡରେ ମୃତ୍ୟୁ ହୋଇଥିବା ମତଦାତାଙ୍କ ନାମ ପିୟାରୁଲ ଶେଖ୍ ବୋଲି ଜଣାପଡ଼ିଛି।
ସେହିପରି ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ କଂଗ୍ରେସ ଓ ତୃଣମୂଳ କର୍ମୀଙ୍କ ମଧ୍ୟରେ ହିଂସା ଉପୁଜି ଥିଲା। ଏତିକି ବେଳେ ଧାଡ଼ିରେ ଛିଡା ହୋଇଥିବା ଜଣେ ମତଦାତାଙ୍କ ମୃତ୍ୟୁ ହୋଇଥିବା ବେଳେ ସକାଳେ ନିର୍ବାଚନୀ ହିଂସା ହେତୁ ବୋମାମାଡରେ ୩ଜଣଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/poll-violence-in-bengal-750x430.jpg)