ନୂଆଦିଲ୍ଳୀ: ୭ ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଆସନ ପାଇଁ ମତ ଗ୍ରହଣ ହୋଇସାରିଛି। ତେବେ, ଆନ୍ଧ୍ରପ୍ରଦେଶର କିଛି ମତାଦାତାଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ନାମ ଭୋଟର୍ ତାଲିକାରେ ନ ଥିଲା ଫଳରେ ସେମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। ପାଖରେ ଭୋଟର୍ କାର୍ଡ ଥାଇ ଓ ପୂର୍ବ ନିର୍ବାଚନ ୨୦୧୪ ମସିହାରେ ଭୋଟ୍ ଦେବା ସତ୍ତ୍ୱେ ବି କିଛି ମତଦାତା ମତ ଦେବାରୁ ବଞ୍ଚିତ ହୋଇଛନ୍ତି।
What are your legal rights, as a citizen, if your name is missing on the voters' list?
Sr SC Advocate, Geeta Luthra explains#MissingVotes #IndiaVotes #LokSabhaElections2019 #IndiaElections2019 #GetInked pic.twitter.com/eGABXg3PFJ
— Mirror Now (@MirrorNow) April 11, 2019
ତେବେ, ଏହି କ୍ଷେତ୍ରରେ ମତଦାତାମାନେ ‘ଚ୍ୟାଲେଞ୍ଜ’ ବା ‘ଟେଣ୍ଡର୍’ ଭୋଟ୍ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ଗୀତା ଲୁଥରା ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି କି ଯଦି ଜଣେ ଭୋଟର୍ଙ୍କ ନିକଟରେ ଭୋଟର ଆଇକାର୍ଡ ଓ ଆଧାର କାର୍ଡ ଅଛି ହେଲେ ଭୋଟର୍ ତାଲିକାରେ ନାମ ନାହିଁ, ସେହି ପରିସ୍ଥିତିରେ ଭୋଟର ଜଣକ ‘ଚ୍ୟାଲେଞ୍ଜ ଭୋଟ’ ଦେଇପାରିବେ। ଯଦି ପୂର୍ବରୁ ତାଙ୍କ ନାମରେ ଅନ୍ୟ କେହି ଭୋଟ ଦେଇସାରିଛି, ଅର୍ଥାତ ‘ପ୍ରକ୍ସି ଭୋଟିଂ’ ହୋଇଛି ସେ କ୍ଷେତ୍ରରେ ଭୋଟର ‘ଟେଣ୍ଡର ଭୋଟ’ ଦେଇପାରିବେ। ନିୟମ ରହିଛି ଯେ ଯଦି ନିର୍ଦ୍ଦିଷ୍ଟ ଏକ ମତଦାନ କେନ୍ଦ୍ରରେ ସର୍ବନିମ୍ନ ୧୪ ପ୍ରତିଶତ ‘ଟେଣ୍ଡର୍ ଭୋଟ’ ଗ୍ରହଣ ହୋଇଛି ତେବେ ସେହି ବୁଥ୍ରେ ଆଉ ଥରେ ମତଦାନ କରାଯାଇ ପାରିବ।