ଆଗ୍ରା: ନିର୍ବାଚନ କମିସନ୍‌ ଆଗ୍ରାର ବୁଥ୍‌ ନମ୍ବର ୪୫୫ରେ ଦ୍ୱିତୀୟ ଥର ମତଦାନ କରିବା ନେଇ ନିର୍ଣ୍ଣୟ ନେଇଛନ୍ତି। ଏହି ବୁଥ୍‌ରେ ନିୟୋଜିତ ହୋଇଥିବା ପିଠାସିନ୍‌ ଅଧିକାରୀ ଭୁଲ ବଟନ୍‌ ଦବାଇ ଦେଇଥିଲେ। ଫଳରେ ୧୪୦ଟି ଭୋଟ ଡିଲିଟ ହୋଇ ଯାଇଥିଲା। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ନିର୍ବାଚନ କମିସନ୍‌ ଏପ୍ରିଲ ୨୫ରେ ରିପୋଲିଂ କରିବା ନେଇ ପ୍ରସ୍ତୁତି କରୁଛନ୍ତି।

Advertisment

publive-image The Independent

ସୂଚନାଯୋଗ୍ୟ, ଆଗ୍ରା ଲୋକସଭା ସିଟ୍‌ରେ ଗତ ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା। ଏହି ସମୟରେ ବୁଥ୍‌ ନମ୍ବର ୪୫୫ରେ ତ୍ରୁଟି ନେଇ ଅଭିଯୋଗ ହୋଇଥିଲା। ରାଜନୈତିକ ଦଳମାନେ ବି ପୁନଃମତଦାନ କରିବା ପାଇଁ ଦାବି କରିଛନ୍ତି।

ଏପ୍ରିଲ ୧୮ ତାରିଖରେ ଉତ୍ତରପ୍ରଦେଶର ନଗିନା, ଉମରୋହା, ବୁଲନ୍ଦସହର, ଅଲିଗଢ଼, ହାଥରସ, ମଥୁରା, ଆଗ୍ରା ଓ ଫତେହପୁର ସିକାରୀରେ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାଥୀ ତାଲିକାରେ ମଥୁରାରୁ ଅଭିନେତ୍ରୀ ଓ ବିଜେପି ନେତ୍ରୀ ହେମା ମାଳିନୀ, ଫେତେହପୁର ସିକାରୀରୁ ୟୁପି କଂଗ୍ରେସ ପ୍ରୁମ୍‌ ରାଜବବ୍ଦର, ଆଗ୍ରାରୁ ୟୁପି ସରକାରର କ୍ୟାବିନେଟ ମନ୍ତ୍ରୀ ଏସପି ବଘେଲ ଓ ଅମରୋହାରୁ ବିଏସ୍‌ପି ପ୍ରାର୍ଥୀ ଦନିଶ ଅଲ୍ଲୀ ପ୍ରମୁଖ ଅଛନ୍ତି।