ମାଲକାନଗିରି: ମାଓ ସଂଗଠନର କେନ୍ଦ୍ରୀୟ କମିଟିର ସଦସ୍ୟ କଟକମ ସୁଦର୍ଶନ ଅରଫ ଆନନ୍ଦ ଏବଂ କ୍ଷେତ୍ର ସମିତି ସଦସ୍ୟ ଏମ.ବେଣୁଗୋପାଲ ଓରଫ ଅଭୟଙ୍କ ସହଯୋଗୀ ରହିଥିବା ମାଓ ନେତା ବି.ଅନିଲ ଓରଫ କ୍ରାନ୍ତିକିରଣ ତେଲେଙ୍ଗାନାର ୱାରଙ୍ଗଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ୱାରଙ୍ଗଲ ଏସପି ଅମ୍ବର କିଶୋର ଝାଙ୍କ ନିକଟରେ କ୍ରାନ୍ତି କିରଣ ଆତ୍ମସମର୍ପଣ କରିଛି।
ଅନିଲର ପିତାମାତା ପୂର୍ବରୁ ପିପୁଲସ୍ ୱାର ଗ୍ରୁପରେ କାମ କରୁଥିଲେ। ଦୁହିଁଙ୍କର ଦେହାନ୍ତ ହୋଇଯାଇଥିଲା। ଅନିଲ ନିଜର ଦାଦା ଘରେ ରହି ପାଠ ପଢୁଥିଲେ। ହାଇଦ୍ରାବାଦରେ ଏଲଏଲବି ପାଠ ପଢିବା ପରେ ସେ ମାଓବାଦୀଙ୍କ ସଂସ୍ପର୍ଶରେ ଆସିବା ପରେ କାମ କରିବା ଆରମ୍ଭ କରିଥିଲେ। ୨୦୨୧ରେ ସେ ମାଓବାଦୀ ପାର୍ଟିଲେ ସାମିଲ ହୋଇ କେନ୍ଦ୍ରୀୟ କମିଟିର ସଦସ୍ୟ ପଲ୍ଲୁରୀ ପ୍ରସାଦ ଓ ସୁଦର୍ଶନଙ୍କର ସହଯୋଗୀ ଭାବେ କାମ କଲେ। ପରେ ପାର୍ଟି ତାଂକୁ ଛତିଶଗଡ ପଠାଇଥିଲା। ସେ ମାଓବାଦୀ ପାର୍ଟିର ପ୍ରଚାର ଅଧ୍ୟକ୍ଷ ରୂପେ କାମ କଲେ। ଏହାପରେ ସେ ତେଲେଙ୍ଗାନା ଏରିଆ କମିଟିର ସଦସ୍ୟ ଭାବେ କାମ କରିଥିଲେ।
ଏହି ଖବର ପଢ଼ନ୍ତୁ: ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ
ମାଓ ନେତା ବି.ଅନିଲ ଓରଫ କ୍ରାନ୍ତିକିରଣ ତେଲେଙ୍ଗାନାର ୱାରଙ୍ଗଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଅନିଲ ନିଜର ଦାଦା ଘରେ ରହି ପାଠ ପଢୁଥିଲେ। ହାଇଦ୍ରାବାଦରେ ଏଲଏଲବି ପାଠ ପଢିବା ପରେ ସେ ମାଓବାଦୀଙ୍କ ସଂସ୍ପର୍ଶରେ ଆସିବା ପରେ କାମ କରିବା ଆରମ୍ଭ କରିଥିଲେ।
ପୁଲିସ ଉପରେ ଗୁଳି ଚଳାଇବା, ଲୋକଙ୍କୁ ମାରଧର କରିବା ସହ ଯବାନଙ୍କୁ ବୋମାରେ ଉଡାଇବା ଭଳି ବହୁ ହିଂସାରେ ସେ ଜଡିତ ଥିଲେ।କିନ୍ତୁ ସଂଗଠନର କାମରେ କେବେ ମଧ୍ୟ ଖୁସି ନଥିଲେ। ତେଣୁ ସଂଗଠନ ଛାଡି ସେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବେ ବୋଲି କହିଛନ୍ତି। ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ନନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇଥିବା କହିଥିଲା। ଅନିଲ ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ଘୋଷିତ କରିଥିଲେ। ଏସପି ଶ୍ରୀ ଝା ତାଂକୁ ୪ ଲକ୍ଷ ଟଂକାର ଚେକ ପ୍ରଦାନ କରିଥିଲେ। ସେ ଓକିଲାତି ପଢିଥିବାରୁ ଆଗକୁ ଜଣେ ଓକିଲ ଭାବେ କାମ କରିବେ ବୋଲି କହିଛନ୍ତି।
ଏହି ଖବର ପଢ଼ନ୍ତୁ: ଛତିଶଗଡ଼ରେ ନକ୍ସଲ ସଙ୍ଗଠନକୁ ବଡ ଝଟକା