ରାଉରକେଲା : ଉପରମୁଣ୍ଡ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲିଛି ବ୍ରାହ୍ମଣୀ l ବନ୍ୟା ଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି l ଜଳ ସ୍ତର ବଢ଼ୁଥିବାରୁ ସହର ତଳିଆ ଅଞ୍ଚଳ ବାସୀଙ୍କ ଚିନ୍ତା ବଢିଛି l ପାନପୋଷ ବାଲୁଘାଟ, ସର୍ଦାର ବସ୍ତି ଏମିତି ଛଅଟି ବସ୍ତିରେ ପାଣି ଘେରରେ ରହିଛି l କିଛି ପରିବାର ନିକଟସ୍ଥ ବ୍ରାହ୍ମଣୀ ନଗର ଓ ତରକେରା ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି l ରାତିରେ ଜଳ ସ୍ତର ବଢ଼ିବାର ସମ୍ଭାବନା ଥିବାରୁ ରାଉରକେଲା ମହାନଗର ନିଗମ ଅଧିକାରୀ ତଳିଆ ବସ୍ତିର ସ୍ଥିତି ଉପରେ ନଜର ରଖିଛନ୍ତି l
ଫୁଲିଲା ବ୍ରାହ୍ମଣୀ, ତଳିଆ ଅଞ୍ଚଳ ଜଳବନ୍ଦୀ
ଉପରମୁଣ୍ଡ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲିଛି ବ୍ରାହ୍ମଣୀ l ବନ୍ୟା ଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି l ଜଳ ସ୍ତର ବଢ଼ୁଥିବାରୁ ସହର ତଳିଆ ଅଞ୍ଚଳ ବାସୀଙ୍କ ଚିନ୍ତା ବଢିଛି
/sambad/media/media_files/2025/06/20/f4d81e4f-447d-4855-877c-ec29ff2f9ccb-2025-06-20-11-48-10.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)