ମାଲକାନଗିରି: ପାଣି ପିଇବ ଛାଣି,ପଇସା ନେବ ଗଣି। ଏହି ଉକ୍ତିଟି ସମସ୍ତଙ୍କ ନିକଟରେ ଲାଗୁ ହେବ। କିନ୍ତୁ ମାଲକାନଗିରି ଜନସ୍ବାସ୍ଥ୍ୟ ବିଭାଗ ନିୟମିତ ଜଳ ଯୋଗାଣ କରୁଥିଲେ ମଧ୍ୟ ଏବେ ବି ଉପଭୋକ୍ତାଙ୍କ ନିକଟରେ ଏକ କୋଟିରୁ ଉର୍ଦ୍ଧ୍ବ ଟଂକାର ବକେୟା ପଡି ରହିଥିବା ଜଣାପଡିଛି।
ମାଲକାନଗିରି ଜିଲ୍ଲାରେ ମୋଟ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ୨୦୧୧ ଜନଗଣନା ବେଳକୁ ଏହା ଥିବା ମାତ୍ର ୩୩ ହଜାର। ତେବେ ମାଲକାନଗିରି ସହ ସମେତ ପ୍ରଧାନୀଗୁଡା,ଏମଭି-୪୨ ଗ୍ରାମକୁ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ଜଳ ଯୋଗାଣ କରୁଛି। ବର୍ତ୍ତମାନ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ସହରର ୬୨୦୦ ଜଣ ଉପଭୋକ୍ତା ରହିଛନ୍ତି। ପ୍ରତିବର୍ଷ ଏହା ବଢୁଛି ସିନା କମିବାର ନାମ ନେଉ ନାହିଁ। ୬୨୦୦ ଉପଭୋକ୍ତାଙ୍କ ପାଇଁ ପ୍ରତିଦିନ ୬.୪୫ ଏମଏଲଡି ପାଣି ଦରକାର ପଡୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ୬ ଏମଏଲଡି ପାଣି ଯୋଗାଉଥିବା କହିଛି। ଜଳ ଯୋଗାଣରେ କୌଣସି ସମସ୍ୟା ନଥିବା ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରାମ ପ୍ରଧାନ କହନ୍ତି। ତେବେ ଉପଭୋକ୍ତା କିନ୍ତୁ ବର୍ଷର ଟଂକାକୁ ଅଧା ପୈଠ କରି ଅଧା ରଖି ଦେଉଥିବା ବିଭାଗ ସ୍ବୀକାର କରିଛି। ଏବେ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଟଂକା ବକେୟା ପଡି ରହିଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ମୋଟ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ୨୦୧୧ ଜନଗଣନା ବେଳକୁ ଏହା ଥିବା ମାତ୍ର ୩୩ ହଜାର। ତେବେ ମାଲକାନଗିରି ସହ ସମେତ ପ୍ରଧାନୀଗୁଡା,ଏମଭି-୪୨ ଗ୍ରାମକୁ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ଜଳ ଯୋଗାଣ କରୁଛି। ବର୍ତ୍ତମାନ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ସହରର ୬୨୦୦ ଜଣ ଉପଭୋକ୍ତା ରହିଛନ୍ତି। ପ୍ରତିବର୍ଷ ଏହା ବଢୁଛି ସିନା କମିବାର ନାମ ନେଉ ନାହିଁ। ୬୨୦୦ ଉପଭୋକ୍ତାଙ୍କ ପାଇଁ ପ୍ରତିଦିନ ୬.୪୫ ଏମଏଲଡି ପାଣି ଦରକାର ପଡୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ୬ ଏମଏଲଡି ପାଣି ଯୋଗାଉଥିବା କହିଛି। ଜଳ ଯୋଗାଣରେ କୌଣସି ସମସ୍ୟା ନଥିବା ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରାମ ପ୍ରଧାନ କହନ୍ତି। ତେବେ ଉପଭୋକ୍ତା କିନ୍ତୁ ବର୍ଷର ଟଂକାକୁ ଅଧା ପୈଠ କରି ଅଧା ରଖି ଦେଉଥିବା ବିଭାଗ ସ୍ବୀକାର କରିଛି। ଏବେ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଟଂକା ବକେୟା ପଡି ରହିଛି।
ସହରର ତିନୋଟି ସ୍ଥାନ ପ୍ଲାଣ୍ଟ ରହିଛି ଯଥା ପୁରୁଣା ମେଡିକାଲ,ପରଜାଗୁଡା ଏବଂ ବାଲିସାଗର। ପରଜାଗୁଡା ନିକଟରେ ରହିଥିବା ପ୍ଲାଣ୍ଟର କ୍ଷମତା ୫ ଲକ୍ଷ ଟନ ରହିଥିବା ବେଳେ ବାଲିସାଗର ନିକଟରେ ଥିବା ପ୍ଲାଣ୍ଟର କ୍ଷମତା ୧ ଲକ୍ଷ ଟନ ଏବଂ ପୁରୁଣା ମେଡିକାଲ ନିକଟରେ ରହିଥିବା ପ୍ଲାଣ୍ଟର କ୍ଷମତା ୨ ଲକ୍ଷ ଟନ ବୋଲି ଜଣାପଡିଛି। ପରଜାଗୁଡାର ପାଣି ପ୍ରଧାନୀଗୁଡା ପର୍ଯ୍ୟନ୍ତ ଯାଉଥିବା ବେଳେ ପୁରୁଣା ମେଡିକାଲ ନିକଟରେ ଥିବା ପ୍ଲାଣ୍ଟର ପାଣି ସହର ସହ ଏମଭି-୪୨ ଗ୍ରାମକୁ ଯାଉଛି। ଏଥିସହ ବାଲିସାଗର ପ୍ଲାଣ୍ଟର ପାଣି ସହରକୁ ପାଣି ଯୋଗାଉଛି। ପୂର୍ବରୁ ପ୍ରତି ମାସରେ ୧୨୯ ଟଂକା ଉପଭୋକ୍ତା ଟଂକା ପୈଠ କରୁଥିଲେ ଏବେ କିନ୍ତୁ ସ୍ମାର୍ଟ ମିଟର ବସିବା ଯୋଗୁଁ ୟୁନିଟ ପିଛା ୬ଟଂକା ୧୨ ପଇସା ଉପଭକ୍ତାଙ୍କୁ ଦେବାକୁ ପଡୁଥିବା ବିଭାଗ କହିଛି। ତେବେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକସ କଲେକ୍ଟରମାନେ ମଧ୍ୟ ରହିଛନ୍ତି। ସେମାନେ ନିୟମିତ ସହର ସାହା ବୁଲି ଟ୍ୟାକ୍ସ ଆଦାୟ କରୁଥିବା ଜଣାପଡିଛି। ଆଗକୁ ଗ୍ରୀଷ୍ଣ ଋତୁ ଆସୁଥିବା ବେଳେ ସତୀଗୁଡା ଡ୍ୟାମର ପାଣି ଶୁଖିବ। ସହରକୁ ଯେତିକି ଜଳ ଯୋଗାଣ ହେଉଛି ଏହା କମିପାରେ ବୋଲି କୁହାଯାଇଛି। କିନ୍ତୁ ବିଭାଗ କହିଛି କୌଣସି ସମସ୍ୟା ହେବ ନାହିଁ। ତେବେ ଜନସ୍ବାସ୍ଥ୍ୟ ବିଭାଗ ଉପଭୋକ୍ତାଙ୍କ ନିକଟରେ ପଡିରହିଥିବା ବକେୟା କେବେ ଆଦାୟ କରୁଛି ଦେଖିବାକୁ ବାକି ରହିଲା।