ନୂଆଦିଲ୍ଲୀ: ଓଡ଼ିଶା ପରେ ଏବେ ଦିଲ୍ଲୀରେ ବି ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜଧାନୀ ଦିଲ୍ଲୀରେ ଏବେ ଫେସ୍ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରି ଦେଇଛନ୍ତି।
ଯଦି କେହି ଏହାକୁ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି। କେଜ୍ରିୱାଲ୍ ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ ‘ଫେସ୍ମାସ୍କ ପିନ୍ଧିବା ଦ୍ବାରା ମହାମାରୀ କରୋନା ଭାଇରସ୍କୁ ଆୟତ୍ତ କରାଯାଇପାରେ। ଦିଲ୍ଲୀରେ ଫେସ୍ମାସ୍କ ପିନ୍ଧବା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନିଆଗଲା।’
ଘର ବାହାରେ ପାଦ ରଖିବା ପୂର୍ବରୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। ବିନା ମାସ୍କରେ କେହି ବି ହେଲେ ବାହାରକୁ ବାହାରି ପାରିବେ ନାହିଁ। କପଡ଼ା ମାସ୍କ ବି ପିନ୍ଧିଲେ ଚଳିବ। ନିଜ ଘରେ ତିଆରି ମାସ୍କ ପିନ୍ଧି ମଧ୍ୟ ବାହାରକୁ ଯାଇ ହେବ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଓଡ଼ିଶା ସରକାର ଓଡ଼ିଶାରେ ଫେସ୍ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ଏବେ ଦିଲ୍ଲୀ ସରକାର ଏହି ନିୟମ ଲାଗୁ କରିଛନ୍ତି।