/sambad/media/post_attachments/wp-content/uploads/2017/11/ms-1.jpg)
ମେଷ:ମନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ବନ୍ଧୁର ଭଲ ପରାମର୍ଶ ଆପଣଙ୍କ ଜୀବନକୁ ଆଗକୁ ବଢ଼ାଇବ। ବ୍ୟବସାୟରେ ଲାଭ ହିଁ ଲାଭ ହେବ। ଅଫିସରେ ନୂଆ କାମର ଦାୟିତ୍ବ ପାଇବେ। ଲାଗି ରହିଥିବା କାନୁନ ମାମଲା ସହଜରେ ସମାଧାନ ହୋଇପାରେ। ନୂଆ ଜମି କିଣିବା ଲାଗି ସମୟ ଅନୁକୂଳ। ରାଜନୀତିକ ଲୋକ ସମାଜରେ ମାନସମ୍ମାନ ପାଇବେ। ବିରୋଧୀ ଆପଣଙ୍କ ସହ ବନ୍ଧୁତା ପାଇଁ ହାତ ବଢ଼ାଇବେ। ପରିବାରରେ ସୁଖଶାନ୍ତିର ପରିବେଶ ବଜାୟ ରହିବ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଲାଭପ୍ରଦ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସୁସ୍ଥ ଅନୁଭବ କରିବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ:ବୃଦ୍ଧି ହେଉଥିବା ଶକ୍ତିରେ ଆପଣ ବହୁତ କିଛି ହାସଲ କରିନେବେ। ପୂର୍ବରୁ କରିଥିବା କାମରେ ଦି’ଗୁଣା ଲାଭ ପାଇବେ। ଅସାବଧାନତା ଓ ଉଦାରତା ବ୍ୟବସାୟ ଲାଗି କ୍ଷତିକାରକ ହୋଇପାରେ। ଅଫିସ କାମରେ ବଡ଼ ସହରକୁ ଯିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସାମାଜିକସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ। ବୟସାଧିକ ବ୍ୟକ୍ତିମାନେ ଧାର୍ମିକ ଆୟୋଜନରେ ଯୋଡ଼ିହେବାର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀ ପାଠପଢ଼ା ସମୟ ବଦଳାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ :କ୍ୟାରିୟର୍ରେ ଉଠାଣ ଗଡ଼ାଣ ଆସିପାରେ। ଅର୍ଥ ସଂପର୍କିତ ମାମଲାରେ ହଇରାଣ ହୋଇପାରନ୍ତି। ପୁଞ୍ଜି ବଜାରରେ ନିବେଶ ଅଭିଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ। ବ୍ୟବସାୟରେ ଭାଗୀଦାରି ସହିତ ମିଶି କାମ କରନ୍ତୁ ଲାଭ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଲାଗି ସମୟ ଭଲ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ। ସ୍ବାସ୍ଥ୍ୟରେ ସୁଧାର ହେବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ:କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ଆପଣଙ୍କ କାମରେ ଲୋକେ କିଛି ଭଲ ଶିଖିବେ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ଅଫିସରେ ଆପଣଙ୍କ ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଦରମା ବୃଦ୍ଧି କରାଇବେ। ଚାକିରି ପାଇଁ ସାକ୍ଷାତ୍କାର ଦେଇଥିବା ବ୍ୟକ୍ତିମାନଙ୍କ ଲାଗି ଭଲ ଉଦ୍ୟୋଗରୁ ଫୋନ୍ ଆସିବ। ଓକିଲ ବଡ଼ ମକଦ୍ଦମାରେ ବିଜୟ ହାସଲ କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତିର ସମାଧାନ ହୋଇଯିବ। ଆପଣଙ୍କ ପିଲାର ଭବିଷ୍ୟତ ପାଇଁ ଠୋସ୍ ପଦକ୍ଷେପ ନେବେ। ବିଜ୍ଞାନ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ :କୌଣସି କାମରେ କରିଆସୁଥିବା ପରିଶ୍ରମ ପାଇଁ ନିଶ୍ଚୟ ସଫଳ ହେବେ। ଆପଣଙ୍କ ଠାରୁ କୌଣସି ମାମଲାରେ କେହି ପରାମର୍ଶ ନେଇପାରନ୍ତି। ବେପାରରେ ବଡ଼ କଂପାନି ସହିତ ସଉଦାର ସୁଯୋଗ ପାଇବେ। ଚାକିରିରେ ପଦୋନ୍ନତି ସହ ମନ ପସନ୍ଦ ଜାଗାକୁ ବଦଳି ହୋଇପାରେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଖୁସି ଖବର ପାଇବେ। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଛାତ୍ରୀ ଅଧ୍ୟୟନରେ ପରିବର୍ତ୍ତନ କରିପାରନ୍ତି। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା:ଦୃଢ଼ ମନୋବଳ ଆପଣଙ୍କୁ ସଫଳତା ଆଣିଦେବ। ଅର୍ଥ ବିଷୟରେ ପ୍ରଗତି ହେବ। ବ୍ୟବସାୟରେ କୌଣସି ଉଚ୍ଚ ଅଧିକାରୀଙ୍କର ସହାୟତା ନେଇ ପାରନ୍ତି। ଅଫିସରେ ବରିଷ୍ଠଙ୍କ ଠାରୁ ପ୍ରଶଂସା ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ। କୋର୍ଟକଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ହେବ। ଜୀବନସାଥୀଙ୍କୁ ହୃଦୟର କଥା କହିବା ପାଇଁ ସମୟ ପାଇବେ। ସୋସିଆଲ୍ ମିଡ଼ିଆରେ ଆପଣଙ୍କର ବନ୍ଧୁ ବଢ଼ିବେ। ବାଣିଜ୍ୟ ଛାତ୍ର ମାର୍କେଟିଙ୍ଗ୍ ବିଷୟରେ ଜାଣିବା ପାଇଁ ଶିକ୍ଷକଙ୍କର ସହଯୋଗ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହୋଇପାରେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା :ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇଯିବ। ଲୋକଙ୍କର ଧ୍ୟାନ ଆକର୍ଷଣ କରିବାରେ ସଫଳ ହେବେ। ବେପାରରେ ଭାଗୀଦାରିଙ୍କ ମାଧ୍ୟମରେ ବହୁତ ଲାଭ ପାଇବେ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଉତ୍ତମ ଯୋଗ ରହିଛି। ଅଫିସରେ ଭଲଭାବେ ଦାୟିତ୍ବ ନିର୍ବାହ କରିବେ। ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନତା ବଜାୟ ରଖନ୍ତୁ। କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ବିଦ୍ୟାର୍ଥୀ ପରିଶ୍ରମର ଭଲ ପରିଣାମ ପାଇବେ। ଦେହ ଓ ମନ ଭଲ ରହିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା :ଲୋକମାନଙ୍କ ବିଶ୍ବାସ ଆପଣଙ୍କ ପ୍ରତି ବଳବତ୍ତର ରହିବ। ପୁଞ୍ଜି ନିବେଶ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯିବେ। ଅର୍ଥ ବିଭାଗରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ପଦୋନ୍ନତିର ସୂଚନା ପାଇବେ। କଣ୍ଠଶିଳ୍ପୀଙ୍କ ଲାଗି କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ଆସିପାରେ। ବୟସାଧିକ ବ୍ୟକ୍ତିମାନେ ଆଧ୍ୟାତ୍ମିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ପ୍ରିୟବନ୍ଧୁ ଠାରୁ ଉପହାର ପାଇବେ। ଛାତ୍ରମାନେ ବହୁତ ଭଲ ପରିଣାମ ପାଇବେ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଠିକ୍ ରହିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ :କାରବାର ସମ୍ବନ୍ଧୀୟ କୌଣସି କଥା ଅଶାନ୍ତି କରିପାରେ। ଆପଣଙ୍କ ଦ୍ବାରା କିଛି ଭୁଲ୍ ନହୋଇଯାଉ ତା’ର ପୂରା ଧ୍ୟାନ ରଖନ୍ତୁ। ଯେଉଁ ମହିଳାମାନେ କୌଣସି ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ସରକାରୀ ସାହାଯ୍ୟ ପାଇପାରିବେ। ଅଫିସରେ ବ୍ୟକ୍ତିଗତ କଥା କାହାରି ସହିତ ଆଲୋଚନା କରନ୍ତୁ ନାହିଁ। ରାଜନୀତିକ ଲୋକଙ୍କର ସମାଜରେ ଭଲ ଛବି ଗଢ଼ଣ ହେବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଆପଣଙ୍କ ପିଲା ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ଛାତ୍ର ନିଜର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ। ପେଟ ସଂପର୍କିତ ସମସ୍ୟାରୁ ଆରାମ ପାଇବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର :କୌଣସି ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବ୍ୟବସାୟରେ ସବୁ ଭଲ ହେବାର ସମ୍ଭାବନା। ଆର୍ଥିକ ଲାଭର ଭଲ ଅବସର ପାଇବେ। ଅଫିସ କାମରେ ଆହ୍ବାନ ଆସିବାର ସମ୍ଭାବନା। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ। କୋର୍ଟ ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ। କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ଆୟ ବ୍ୟୟର ସମନ୍ବୟ ବଜାୟ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ଶରୀର ସୁସ୍ଥ ରହିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ:ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଅଫିସରେ ଆହ୍ବାନର ସାମନା କରିବାକୁ ସକ୍ଷମ ହେବେ। ଫେସନ୍ ଡିଜାଇନର୍ସ କାମ ପାଇଁ ବିଦେଶ ଯାଇପାରନ୍ତି। ଚାକିରି ଖୋଜୁଥିବା ମହିଳାମାନଙ୍କ ଲାଗି ଘରେ ରହି କାମ କରିବା ଭଲ ବିକଳ୍ପ ହେବ। ସମାଜ ସେବା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ସମୟ ଭଲ ରହିବ। ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନ ଆୟୋଜନ କରିପାରନ୍ତି। ଇଲେକ୍ଟ୍ରିକ୍ ବାଇକ୍ କିଣିବେ। ପ୍ରିୟବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ। ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ।
/sambad/media/post_attachments/wp-content/uploads/2017/11/mina.jpg)
ମୀନ :ଭାଗ୍ୟେର ଯାହା ପାଇବେ ତାହା ଆପଣଙ୍କ ଲାଗି ଅନୁକୂଳ ହେବ। କୋର୍ଟକଚେରି ମାମଲା ଠାରୁ ଦୂରରେ ରହନ୍ତୁ। କାରବାରରେ ଆପଣଙ୍କର ଲାଭ ହିଁ ଲାଭ ହେବ। ଅଫିସରେ ଲାଗି ରହିଥିବା ଝଞ୍ଜଟ ସମାଧାନ ହୋଇଯିବ। ଉଚ୍ଚାଧିକାରୀଙ୍କର ସହଯୋଗ ପାଇବେ। ଚାକିରି ଖୋଜୁଥିବା ଯୁବକ ଭଲ ଜାଗାରେ ଚାକିରି ପାଇବେ। ରାଜନୈତିକ ପରିସର ବଢ଼ିବ। ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରର ପରିବେଶ ଶାନ୍ତିପ୍ରଦ ରହିବ। ଛାତ୍ରଛାତ୍ରୀଙ୍କର ସମସ୍ୟା ଦଳବଦ୍ଧ ଅଧ୍ୟୟନରେ ସମାଧାନ ହେବ। ପୁରୁଣା ରୋଗ କଷ୍ଟ ଦେଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/4QaRA8ewigcvQkkTh1GW.jpg)