ନିର୍ବାଚନ ପର ହିଂସା ଆଶଙ୍କା, ପଶ୍ଚିମବଙ୍ଗରେ ୨୦୦ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୃତୟନ ରହିବେ

କୋଲକତା: ନିର୍ବାଚନ ଶେଷ ହେବା ସତ୍ତ୍ୱେ ପଶ୍ଚିମବଙ୍ଗରେ ଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ ଆଉ କିଛି ଦିନ ମୃତୟନ ରହିବେ । ନିର୍ବାଚନ ପର ହିଂସାକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ପୁଲିସ ଅବଜରଭର ବିବେକ ଦୁବେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୭୨୦ କମ୍ପାନି କେନ୍ଦ୍ରୀୟ ଫୋର୍ସ ନିର୍ବାଚନ ଡ୍ୟୁଟିରେ ମୃତୟନ ଥିଲେ । ନିର୍ବାଚନ ପରେ ପ୍ରାୟ ୫୨୦ କମ୍ପାନି ଫୋର୍ସ ଫରିଯିବେ ଓ ଅବଶିଷ୍ଟ ୨୦୦ କମ୍ପାନି ରାଜ୍ୟରେ ରହିବେ । ଭୋଟ ଗଣତିକେନ୍ଦ୍ର ଗୁଡ଼ିକର ସୁରକ୍ଷା ଓ ସମ୍ଭାବ୍ୟ ନିର୍ବାଚନ ପର ହିଂସାକୁ ରୋକିବା ପାଇଁ ସେମାନଙ୍କୁ ରଖାଯିବ ।

ସମ୍ବନ୍ଧିତ ଖବର