‘ଏହି କାରଣରୁ ୭୮ବର୍ଷ ବୟସରେ ଦ୍ବିତୀୟ ବିବାହ କରିବାକୁ ସ୍ଥିର କରିଥିଲି’; ପୂର୍ବତନ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟନୀୟ ଘଟଣା ସାମ୍ନାକୁ ଆସିଛି। ସିପିଆଇ (ଏମ) ପାର୍ଟିର ପୂର୍ବତନ ସାଂସଦ ଲକ୍ଷ୍ମଣ ସେଠ୍ ୭୮ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି।  ଏହି ଖବରକୁ ଲକ୍ଷ୍ମଣ ନିଜେ ସମସ୍ତଙ୍କ ସହିତ ସେୟାର କରିଛନ୍ତି।

କୋଲକାତାରେ ସାଂସଦଙ୍କ ଏହି ଦ୍ବିତୀୟ ବିବାହାକୁ ନେଇ ଚର୍ଚ୍ଚା ଜୋର ଧରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଲକ୍ଷ୍ମଣଙ୍କ ଦ୍ବିତୀୟ ସ୍ତ୍ରୀ କିଏ? ତାଙ୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଲକ୍ଷ୍ମଣଙ୍କ ପ୍ରଥମ ସ୍ତ୍ରୀଙ୍କ ୨୦୧୬ ମସିହାରେ ମୃତ୍ୟୁ ହୋଇଯାଇଥିଲା। ପ୍ରଥମ ସ୍ତ୍ରୀ ଓ ଲକ୍ଷ୍ମଣଙ୍କ ୨ଟି ସନ୍ତାନ ରହିଛନ୍ତି। ସେଠ କୋଲକାତାରେ ରହୁଥିବା ମାନସି ଦେଙ୍କୁ ଦ୍ବିତୀୟ ବିବା୍ହ କରିଛନ୍ତି। ମାନସି ପଞ୍ଚତାରକା ହୋଟେଲରେ ଏକ ବଡ଼ ପଦରେ ନିୟୋଜିତ ଅଛନ୍ତି।

ତେବେ ଲକ୍ଷ୍ମଣ ଓ ମାନସି ଅନେକ ଦିନ ହେବ ବନ୍ଧୁ ଭାବେ ରହିବା ପରେ ଶେଷରେ ଜୀବନସାଥୀ ଭାବେ ବାଟ ଚାଲିବାକୁ ସ୍ଥିର କରିଥିଲେ। ନିକଟ‌ରେ କୋଲକାତାରେ ଆୟୋଜିତ ଏକ ଘରୋଇ କାର୍ଯ୍ୟକ୍ରମରେ ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇ ବିବାହ କରିଛନ୍ତି।

ଲକ୍ଷ୍ମଣ ସେଠ ଏହି ଘଟଣା ଭାଇରାଲ ହେବାପରେ କହିଛନ୍ତି, ‘ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ମୁଁ ବହୁତ ଏକୁଟିଆ ହୋଇଯାଇଥିଲି। ତେଣୁ ୭୮ବର୍ଷ ବୟସରେ ଦ୍ବିତୀୟ ବିବାହ କରି ଜୀବନସାଥୀଟିଏ ଚୟନ କରିଛି। ଖୁବଶୀଘ୍ର କୋଲକାତାରେ ବିବାହର ଭୋଜି ଦେବି। ଏହି ଭୋଜିକୁ ଅନେକ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯିବାର ଯୋଜନା ରହିଛି।’

 

ସମ୍ବନ୍ଧିତ ଖବର