ବେ ତ ଆପଣ ମା' ଦୁର୍ଗାଙ୍କୁ ଦର୍ଶନ କରୁଥିବେ | ମଣ୍ଡପରୁ ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କରିବା ସହ ହାତ ଯୋଡି ମନର କଥା କହୁଥିବେ | ତେବେ ମାଙ୍କ ନିକଟରେ ଗୁହାରୀ ସମୟରେ ଆପଣ କଣ ପ୍ରାର୍ଥନା କରିବା ଉଚିତ? କେବେ ଭାବିଛନ୍ତି କି? ମାଙ୍କୁ ଆପଣ କଣ ନିବେଦନ କରିବେ ସେନେଇ ସୁନ୍ଦର ଭାବେ ବ୍ୟାଖ୍ୟା କରିଛନ୍ତି ପଣ୍ଡିତ ଜିତୁ ଦାଶ | ପଣ୍ଡିତ ଜିତୁ ଦାଶଙ୍କ କହିବା କଥା ଯେ ମା'ଙ୍କୁ ପାର୍ବଣର ରାଣୀ କୁହାଯାଏ | ସତ୍ୟ ଯୁଗରେ ମା' ମହିଷାସୁରକୁ ଦମନ କରିଥିବାବେଳେ ତ୍ରେତୟା ଯୁଗରେ ବି ଆବିର୍ଭାବ ହୋଇଥିଲା | ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ଯୋଗମାୟା ଭାବରେ ଓ କଳି ଯୁଗରେ ଉଭୟ ମୃଣ୍ମୟୀ ଓ ପୀଠରେ ମାଙ୍କୁ ଆରାଧନା କରାଯାଉଛି |

Advertisment

ପଣ୍ଡିତ ଜିତୁ ଦାଶଙ୍କ ମତରେ 'ବ୍ରହ୍ମାଦାତା ସୁରବର ତରୂ, ଶଙ୍କର ରତ୍ନ ଦାତା, ଭୋଗ ଦାତା ଭବାନୀ, ମୁକ୍ତି ଦାତା ମୂରାରୀ '| ତେଣୁ ମା ଭୋଗ ବିଳାସରେ ବୁଡାଇ ରଖନ୍ତି | ଧନ, ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ, ସମ୍ମାନ, ବିଭବ ଏସବୁ କିଛି ମା' ଦେଇପାରିବେ | କିନ୍ତୁ ଆମେ ମାଙ୍କ ନିକଟରେ ଏସବୁ ମାଗିବା ଉଚିତ ନୁହେଁ | ମା'ଙ୍କୁ ପୂଜା କରି କେବଳ ଏତିକି କହିବା ହେ ମା, ଏ ସାରା ପୃଥିବୀରୁ ତୁ ଅଧର୍ମକୁ ବିନାଶ କର, ଧର୍ମକୁ ସ୍ଥାପନ କର |

ଏ ପୃଥିବୀରେ ସମସ୍ତଙ୍କୁ ଭଲ ବାଟ ଦେଖାଇବା ସହ ଭଲ ମନ ନେଇ ସମସ୍ତେ ଚଳନ୍ତୁ | ନିଜ ପାଇଁ କିଛି ନ ମାଗି ଦୁନିଆ ପାଇଁ ପ୍ରାର୍ଥନା କରନ୍ତୁ | ମା ବର୍ଷକୁ ଥରେ ଧରାଧାମକୁ ଆସିଛୁ, ସମସ୍ତଙ୍କର ମଙ୍ଗଳ କର, ପୁଣି ଆସନ୍ତାବର୍ଷ ତୋ ଅପେକ୍ଷାରେ ଆମେ ରହିଲୁ |