ନୂଆଦିଲ୍ଲୀ: ଯଦି ଆପଣ ପୁରୁଣା ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ଏବେ ସତର୍କ ହୋଇଯାଆନ୍ତୁ। ଜୁନ୍ ୧, ୨୦୨୫ ରୁ କିଛି ପୁରୁଣା ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଡିଭାଇସ୍ରେ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେବ। ପୂର୍ବରୁ ଏହି ପରିବର୍ତ୍ତନ ମେ ମାସରେ କାର୍ଯ୍ୟକାରୀ ହେବାକୁ ଯାଉଥିଲା, କିନ୍ତୁ କିଛି ସମୟ ପରେ କମ୍ପାନୀ ଏବେ ଜୁନ୍ ମାସରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ଏହି ପରିବର୍ତ୍ତନ ମେଟା ଦ୍ୱାରା କରାଯାଉଥିବା ନିୟମିତ ଅପଡେଟ୍ର ଏକ ଅଂଶ। ହ୍ୱାଟ୍ସଆପ୍ ଏବେ ଏହାର ଆପ୍ ବ୍ୟବହାର କରିବା ପାଇଁ ସର୍ବନିମ୍ନ ସଫ୍ଟୱେର୍ ଭର୍ସନ ସୀମା ବୃଦ୍ଧି କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ୟୁଜର୍ସଙ୍କୁ ଉନ୍ନତ ସୁରକ୍ଷା ଏବଂ ନୂତନ ବୈଶିଷ୍ଟ୍ୟ ପ୍ରଦାନ କରିବା। ଏବେଠାରୁ, ଆଇଓଏସ ୧୫ କିମ୍ବା ପୁରୁଣା ସଂସ୍କରଣରେ ଚାଲୁଥିବା ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ୫.୦ କିମ୍ବା ପୁରୁଣା ଭର୍ସନରେ ଥିବା ଆଣ୍ଡ୍ରଏଡ୍ ଡିଭାଇସ୍ଗୁଡ଼ିକରେ ହ୍ୱାଟ୍ସଆପ୍ ସପୋର୍ଟ କରିବ ନାହିଁ।
ଏହି ଡିଭାଇସ୍ଗୁଡ଼ିକର ହ୍ୱାଟ୍ସଆପ୍ ସପୋର୍ଟ କରିବ ନାହିଁ ।
ଆଇଫୋନ ମଡେଲ: ଆଇଫୋନ ୫ଏସ, ଆଇଫୋନ ୬, ଆଇଫୋନ ୬ ପ୍ଲସ, ଆଇଫୋନ ୬ ଏସ, ଆଇଫୋନ ୬ଏସ ପ୍ଲସ, ଆଇଫୋନ ଏସଇ |
ଆଣ୍ଡ୍ରଏଡ ଫୋନ: ସାମସଙ୍ଗ ଗାଲାକ୍ସି ଏସ୪, ସାମସଙ୍ଗ ଗାଲାକ୍ସି ନୋଟ ୩,
ସୋନି ଏକ୍ସପେରିୟା ଜେଡ ୧, ଏଲଜି ଜି-୨, ମୋଟାରୋଲା ରେଜର ଏଚଡ଼ି |
ଏହି ସମସ୍ତ ଡିଭାଇସ୍ ବହୁତ ପୁରୁଣା ଏବଂ ଏବେ ସେଗୁଡିକ ନୂତନ ଅପଡେଟ୍ ପାଉନାହାଁନ୍ତି, ଯାହା ଦ୍ଵାରା ହ୍ଵାଟ୍ସଆପର ନୂତନ ସୁରକ୍ଷା ଏବଂ ବୈଶିଷ୍ଟ୍ୟଗୁଡିକ ଏଥିରେ କାମ କରିବ ନାହିଁ। ଯଦି ଆପଣଙ୍କ ଫୋନ୍ ଏବେ ବି ଆଇଓଏସ ୧୫.୧ କିମ୍ବା ଆଣ୍ଡ୍ରଏଡ୍ ୫.୧ କିମ୍ବା ତା’ପର ଭର୍ସନରେ ଅଛି, ତେବେ ନିଶ୍ଚିତ ରୁହନ୍ତୁ ଯେ ଆପଣଙ୍କ ଡିଭାଇସରେ ହ୍ଵାଟ୍ସଆପ ସପୋର୍ଟ କରିବ।
ମେଟା ଅନୁଯାୟୀ, ଏହି ନିଷ୍ପତ୍ତି ପଛରେ ସବୁଠାରୁ ବଡ଼ କାରଣ ହେଉଛି ସୁରକ୍ଷା। ପୁରୁଣା ଡିଭାଇସଗୁଡ଼ିକ ଆଉ ସଫ୍ଟୱେର୍ ଅପଡେଟ୍ ପାଉନାହାଁନ୍ତି, ଯାହା ହ୍ୟାକିଂ ଏବଂ ଡାଟା ଚୋରିର ବିପଦକୁ ବୃଦ୍ଧି କରିଛି। ସେଥିପାଇଁ ହ୍ୱାଟସଆପ୍ ଚାହୁଁଛି ଯେ ୟୁଜର୍ସମାନେ ନୂତନ ଏବଂ ସୁରକ୍ଷିତ ଡିଭାଇସଗୁଡ଼ିକୁ ବଦଳାଇ ଦିଅନ୍ତୁ ।