ସୋର: ଭାରାକ୍ରାନ୍ତ ମଣିଷକୁ ଶାନ୍ତି ପ୍ରଦାନ ପାଇଁ ପାର୍କ ଏକ ମାଧ୍ୟମ। ସାଧାରଣ ଲୋକଙ୍କୁ ଏହି ସୁବିଧା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ସହରାଞ୍ଚଳମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସୋରବାସୀଙ୍କ ପାଇଁ ଏହା ସ୍ୱପ୍ନ ପାଲଟିଛି। ସୋର ସହରରରେ ଏବେ  ପାଖାପାଖି ୪୮ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ମାତ୍ର  ଲୋକଙ୍କ ପାଇଁ ଗୋଟିଏ ପାର୍କର ସୁବିଧା ନାହିଁ।  ଯଦିଓ ୯ ବର୍ଷ ତଳେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା ତାହା ଏବେ ପୌରପାଳିକାର ଖାମଖିଆଲି ପାଇଁ ବନ୍ଦ ହୋଇପଡ଼ି ରହିଛି। ଅନ୍ୟ ପଟେ ୨୦୨୨ରୁ ସହରବାସୀଙ୍କ ପାଇଁ ନିର୍ମାଣ କରାଯାଉଥିବା ଏକ ସ୍ମାର୍ଟ ପାର୍କ ଏବେବି ଶେଷ ହୋଇପାରିନାହିି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। 

Advertisment

ଗତ ୨୦୨୨ ମସିହାରେ ୧୭ ନମ୍ବର ୱାର୍ଡ଼ ମଧୁସୁଦନପୁର ଠାରେ ଏକ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା।  ଏହି କାର୍ଯ୍ୟକୁ ଏକ ବର୍ଷ ମଧ୍ୟରେ ସାରିବାକୁ ଥିବା ବେଳେ ଆଜକୁ ପାଖପାଖି ତିନି ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କାମ ଶେଷ ହୋଇନାହିଁ। କେବଳ ପାଚେରୀ ଓ ଫେବର ଇଟା ବିଛା ଯାଇ ଭିତରର ରାସ୍ତା ନିର୍ମାଣ ଛଡ଼ା ଅନ୍ୟ କୌଣସି କାମ ହୋଇନାହିଁ। ଏବେବି ମାଟି ପୋତା,ଗଛ ଲଗା ଓ ଆଲୋକୀକରଣ ସହ ସାଜସଜ୍ଜା କାମ ବାକି ଅଛି ଯାହା କେବେ ଶେଷ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟ ପଟେ ୨୦୧୫ ରେ ନିର୍ମିତ ମୋବାରକପୁର ସ୍ଥିତ ଏସ ଏନ ହାଇସ୍କୁଲ ସମ୍ମୁଖରେ ଶିଶୁ ଉଦ୍ୟାନକୁ ସେତେବେଳେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଲୋକଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା। ମାତ୍ର କିଛି ଦିନ ଚାଲିବା ପରେ ପୌରପାଳିକାର ଦାୟିତ୍ୱହୀନତା ପାଇଁ ଏହା ବନ୍ଦ ହୋଇଯାଇଥିଲା । ଯାହା ଆଜି ପର୍ଯ୍ୟନ୍ତ ତାଲା ଝୁଲୁଛି ଏବଂ ଭିତରେ ଥିବା ସାମଗ୍ରୀ ସବୁ ଖତ ଖାଇ ମାଟିରେ ମିଶି ଯିବାସହିତ ଅନେକ ଗଛ ମାଟିରେ ମିଶିଗଲାଣି। ସଂଧ୍ୟା ହେବା କ୍ଷଣି ଏଠାରେ ଅସାମାଜିକ ଲୋକଙ୍କ ବାସସ୍ଥଳୀ ପାଲଟିଥିବା ବେଳେ ଅନେକ ଅସାମାଜିକ କାର୍ଯ୍ୟ ମଧ୍ୟ ହେଉଛି। ଯାହା ସବୁ ଜାଣିଶୁଣି ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ପୌରପାଳିକା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁଁ।
 
ତେବେ ସୋରରେ ଲୋକମାନଙ୍କ ସୁବିଧା ପାଇଁ ସମସ୍ତ ସୁବିଧା ଥାଇ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ଏକ ପାର୍କ ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ନାରାୟଣ ହୁଇଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ସୋର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ ସହ ଯୋଗାଯୋଗ କରିବାରୁ ସେଠାରେ ଦୀର୍ଘ ଦିନ ଧରି ଜମି ସମସ୍ୟା ଲାଗିରହିଥିଲା ତାହାର ସମାଧାନ ହେବା ପରେ କାର୍ଯ୍ୟ ଆରମ୍ଭ ହେବାରୁ ବିଳମ୍ବ ହେଲା ଏବେ ଅନ୍ୟ କେତେକ କାମ ପାଇଁ ଟେଣ୍ଡର ଡକାଯାଇ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ। ବନ୍ଦ ପଡ଼ିଥିବା ଶିଶୁ ଉଦ୍ୟାନ ବାବଦରେ ଆମେ ଉପରସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଛି ନିର୍ଦେଶ ମିଳିଲେ କାମ ହେବ ବୋଲି କହିଥିଲେ।