ରାଉରକେଲା: ନୂତନଭାବେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍)ର ଖଣି ଓ ଲଜିଷ୍ଟିକ୍ ବିଭାଗର ମୁଖ୍ୟାଳୟ ସ୍ଥାପନ ହେବ। ମୁଖ୍ୟାଳୟ ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ସୁବିଧାସୁଯୋଗ ରାଉରକେଲାରେ ଉପଲବ୍ଧ ଥିବାରୁ, ଏହା ଉପଯୁକ୍ତ ସ୍ଥାନ ବୋଲି ଦର୍ଶାଇ ଏଠାରେ ସ୍ଥାପନ କରିବାକୁ ଦାବି ଜୋର୍ ଧରିଛି। ନିର୍ଦ୍ଦିଷ୍ଟ କେବେ ଓ କେଉଁଠାରେ ସ୍ଥାପନ ହେବ ତାହା ସମୟ କହିବ। ସଂପ୍ରତି ବିଭିନ୍ନ ଇସ୍ପାତ କାରଖାନା ଅନ୍ତର୍ଗତ ଖଣି ବିଭାଗକୁ ପୃଥକ୍ କରି ସେଣ୍ଟ୍ରାଲ ମାଇନିଂ ଆଣ୍ଡ୍ ଲଜିଷ୍ଟିକ୍ ଅର୍ଗାନାଇଜେସନ (ସିଏମ୍ଏଲ୍ଓ) ଅଧୀନକୁ ନିଆଯାଇଛି। ଏମିତିକି ସିଏମଏଲ୍ଓ ପାଇଁ କର୍ମଚାରୀ ନିଯୁକ୍ତି କରାଯିବା ସହ କିଛି କର୍ମଚାରୀଙ୍କୁ ଖଣି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯଦିଓ ବର୍ତ୍ତମାନ ଖଣି ବିଭାଗ ସଂପୃକ୍ତ ଇସ୍ପାତ କାରଖାନା ଅଧୀନରେ ରହିବ, ତଥାପି ଆଗାମୀ ଦିନରେ ରାଉରକେଲା ଇସ୍ପାତ କାରଖାନା ଅନ୍ତର୍ଗତ ଓଡ଼ିଶା ଗ୍ରୁପ୍ ଅଫ୍ ମାଇନ୍ସ (ଓଜିଓଏମ୍), ଭିଲାଇ ଇସ୍ପାତ କାରଖାନାର ଛତିଶଗଡ଼ ଗ୍ରୁପ୍ ଅଫ୍ ମାଇନ୍ସ, ବୋକାରୋ ଇସ୍ପାତ କାରଖାନାର ଝାଡ଼ଖଣ୍ଡ ଗ୍ରୁପ୍ ଅଫ୍ ମାଇନ୍ସ ଏବଂ ସେଲ୍ ଅଧୀନରେ ଥିବା ୩ଟି କୋଲିୟାରିକୁ ମିଶ୍ରଣ କରାଯିବ।
ଗତ ୩୧ ତାରିଖରେ ଏନେଇ ସେଲ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଜିଓଏମ୍ର ଅଧିକାରୀ ଏଥର ସିଏମ୍ଏଲ୍ଓ ଅଧୀନରେ ରହିବେ। ତେବେ ଖଣି ଓ ଲଜିଷ୍ଟିକ୍ସ ସହିତ ଜଡ଼ିତ ସମସ୍ତ ପ୍ରଶାସନିକ, ଆର୍ଥିକ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପୃକ୍ତ ଇସ୍ପାତ କାରଖାନା କ୍ଷମତା ପରିସରଭୁକ୍ତ ରହିବ। ଯଦ୍ବାରା ଖଣି ଏବଂ ଲଜିଷ୍ଟିକ୍ସ ସଂକ୍ରାନ୍ତୀୟ କାର୍ଯ୍ୟକଳାପ ସୁଗମ ହେବ। ଏହାସହ ସିଏମ୍ଏଲ୍ଓ ପାଇଁ ମୋଟ୍ ୨୦ ଜଣ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ନିର୍ବାହୀ ନିର୍ଦ୍ଦେଶକ (ଇଡି) ଥିବାବେଳେ ୫ ଜଣ ମୁଖ୍ୟ ମହାପ୍ରବନ୍ଧକ, ୩ ଜଣ ମହାପ୍ରବନ୍ଧକ, ୪ ଜଣ ଉପ-ମହାପ୍ରବନ୍ଧକ, ୫ଜଣ ସହକାରୀ ମହାପ୍ରବନ୍ଧକ, ଜଣେ ଡେପୁଟି ମ୍ୟାନେଜର ଓ ଜଣେ ଆସିଷ୍ଟାଣ୍ଟ୍ ମ୍ୟାନେଜର ଅଛନ୍ତି। ସେଲ୍ର ଏଭଳି ନିର୍ଦ୍ଦେଶାନାମାପରେ ଖଣି ମୁଖ୍ୟାଳୟ ସ୍ଥାପନ ତ୍ବରାନ୍ବିତ ହେବା ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ମେ’ ୧୫ ତାରିଖ ଇସ୍ପାତ ମନ୍ତ୍ରାଳୟ ବିଭିନ୍ନ ଖଣିର ଉତ୍ପାଦନ ବୃଦ୍ଧି, ସୁପରିଚାଳନା ଓ ଆଧୁନିକୀକରଣ ପାଇଁ ନିର୍ଦେଶକ ପଦବି ସୃଷ୍ଟି କରିବାକୁ ସେଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ। ୨୦୨୧ ଜୁଲାଇ ୩୧ ତାରିଖରେ କୋଲକାତାସ୍ଥ କଞ୍ଚାମାଲ ଡିଭିଜନ (ଆର୍ଏମ୍ଡି)କୁ ବିଭାଜନକରି ବିଭିନ୍ନ ଗ୍ରୁପ ଅଫ୍ ମାଇନ୍ସ ଅନ୍ତର୍ଗତ ରହିଥିଲା। ଫଳରେ ସେଲ୍ ଅନ୍ତର୍ଗତ ଓଡ଼ିଶାର ସମସ୍ତ ଖଣି ଆର୍ଏସ୍ପି ଅଧୀନକୁ ଆସିଥିବାବେଳେ ଛତିଶଗଡ଼ ଗ୍ରୁପ୍ ଅଫ୍ ମାଇନ୍ସ ଭିଲାଇ ଇସ୍ପାତ କାରଖାନା ଓ ଝାଡ଼ଖଣ୍ଡ ଗ୍ରୁପ୍ ଅଫ୍ ମାଇନ୍ସ ବୋକାରୋ ଇସ୍ପାତ କାରଖାନାକୁ ଆସିଥିଲା।