ପ୍ରୟାଗରାଜ : ଗତ ମକର ସଂକ୍ରାନ୍ତିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ( ପୂର୍ବନାମ ଆହ୍ଲାବାଦ ) ଠାରେ ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ କୁମ୍ଭ ମେଳା । ସନାତନ ସଂସ୍କୃତିରେ କୁମ୍ଭ ମେଳାର ଏକ ଅତି ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । କୁମ୍ଭମେଳା କଥା ଉଠିଲେ ଆମ ମନକୁ ଆସେ ନାଗା ସାଧୁଙ୍କ କଥା । ବିଭିନ୍ନ ଆଖଡ଼ାର ଲକ୍ଷ ଲକ୍ଷ ସଂଖ୍ୟାରେ ନାଗାସାଧୁ ଏଠାକୁ ଆସି ପବିତ୍ର ସ୍ନାନ କରନ୍ତି । କିନ୍ତୁ କେବେ ଭାବିଛନ୍ତି ଏତେ ସଂଖ୍ୟକ ନାଗା ସାଧୁ କେଉଁଠାରୁ ଆସନ୍ତି, ମେଳା ଶେଷହେବା ପରେ କେଉଁଠାକୁ ପଳାଇଯାଆନ୍ତି ?

Advertisment

publive-image

ଏ ସଂପର୍କରେ ମହେଶାନନ୍ଦ ଗିରି କହନ୍ତି କି, କୁମ୍ଭ ମେଳା ଶେଷ ହେବା ପରେ ନାଗା ସାଧୁମାନେ ନିଜ ନିଜର ସାଧନାସ୍ଥଳୀଗୁଡ଼ିକୁ ଫେରିଯାଆନ୍ତି । ଅଧିକାଂଶ ନାଗା ସାଧୁ ହିମାଳୟ ପର୍ବତରେ ଥିବା ବିଭିନ୍ନ ଗୁମ୍ଫା ଥିବା ନିଜ ନିଜର ସାଧନାସ୍ଥଳୀକୁ ଫେରି ଯାଆନ୍ତି । ଏମାନଙ୍କୁ ଗିରି କୁହାଯାଏ । ଆଉ କିଛି ନାଗା ସାଧୁ ପରିବ୍ରାଜକ ରୂପେ ଭାରତର ବିଭିନ୍ନ ସ୍ଥାନ ଘୂରିବୁଲି ଲୋକମାନଙ୍କ ମଧ୍ୟରେ ପ୍ରବଚନ ଆଦି ମାଧ୍ୟମରେ ସନାତନ ଧର୍ମର ପ୍ରଚାର କରନ୍ତି । ଏମାନଙ୍କୁ ପୁରୀ ବୋଲି କୁହାଯାଏ । ଜଙ୍ଗଲରେ ରହୁଥିବା ନାଗା ସାଧୁମାନଙ୍କୁ ଅରଣ୍ୟ ବୋଲି କୁହାଯାଏ । ବେଦବେଦାନ୍ତ ଓ ଶାସ୍ତ୍ରରେ ପାରଙ୍ଗମ ନାଗାସାଧୁମାନଙ୍କୁ ସରସ୍ୱତୀ, ଭାରତୀ, ହଂସ ଆଦି ଉପାଧି ଦିଆଯାଏ । ନାଗା ସାଧୁମାନଙ୍କର ସର୍ବୋଚ୍ଚ ଉପାଧି ହେଉଛି ପରମହଂସ ।

ସାରା ଦେଶରେ ଶୈବ ସଂପ୍ରଦାୟର ନାଗାମାନଙ୍କର ୭ଟି ଓ ବୈଷ୍ଣବ ସଂପ୍ରଦାୟର ୩ଟି ଆଖଡ଼ା ରହିଛି । ପ୍ରୟାଗରାଜରେ ଦୀକ୍ଷା ନେଉଥିବା ନାଗାସାଧୁଙ୍କୁ ରାଜରାଜେଶ୍ୱର ନାଗା, ହରିଦ୍ୱାରରେ ଦୀକ୍ଷା ନେଲେ ବର୍ଫାନି ନାଗା , ଉଜ୍ଜୈନରେ ଦୀକ୍ଷା ନେଲେ ଖୁନୀ ନାଗା ଓ ନାସିକରେ ଦୀକ୍ଷା ନେଲେ ଖିଚଡିଆ ନାଗା ବୋଲି କୁହାଯାଏ ।