ଭୁଲ ମାନିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରକୋପ ବଢିଚାଲିଥିବାବେଳେ ଏହାର ପରିଚାଳନା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ର ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଏ ପରିପ୍ରେକ୍ଷୀରେ ଡବ୍ଲୁଏଚଓର ଏକ ତ୍ରୁଟି ସାମନାକୁ ଆସିଛି । ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନିଜର କରୋନା ସ୍ଥିତି ରିପୋର୍ଟରେ ଦର୍ଶାଇଥିଲା । ଏପରିକି ଚୀନରେ କ୍ଲଷ୍ଟର ସଂକ୍ରମଣ କଥା କୁହାଯାଇଥିଲା ।
ଏ ସଂପର୍କରେ ବିଭିନ୍ନ ମହଲରୁ ଆପତ୍ତି ଉଠିବା ପରେ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି । ଗୋଷ୍ଠୀ ସଂକ୍ରମଣ ସ୍ଥାନରେ କ୍ଲଷ୍ଟର ସଂକ୍ରମଣ ବୋଲି ଦର୍ଶାଯାଇଛି ।
ଶୁକ୍ରବାରସୁଦ୍ଧା ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୧୯୯ରେ ପହଞ୍ଚିଛି ।
ଆଜି ପର୍ଯ୍ୟନ୍ତ ଭାରତ ସରକାର ଦେଶରେ କମ୍ୟୁନିଟି ଟ୍ରାନ୍ସମିଶନ ବା ଗୋଷ୍ଠୀ ସଂକ୍ରମଣ ହେବା ଖବରକୁ ଅସ୍ୱୀକାର କରିଆସୁଛନ୍ତି । ଆଜି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସମ୍ଭାବନାକୁ ଖଣ୍ଡନ କରାଯାଇଥିଲା ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏପରି ସ୍ଥିତି ଉପୁଜିଲେ ସେ ସଂପର୍କରେ ସୂଚନା ଦିଆଯିବ । ଏଣୁ ସେ ନେଇ ଆତଙ୍କିତ ହେବାର କାରଣ ନାହିଁ ।

ସମ୍ବନ୍ଧିତ ଖବର