ନୂଆଦିଲ୍ଲୀ: ପାକିସ୍ତାନରେ ଏମିତି କିଏ ଅଛି, ଯିଏ ଭାରତର ଶତୃମାନଙ୍କୁ ସଫା କରିବାରେ ଲାଗିପଡ଼ିଛି | ଜଣକ ପରେ ଜଣେ ଆତଙ୍କବାଦୀଙ୍କୁ ଗୁଳି ମାରି ହଟେଇବାରେ ଲାଗିପଡ଼ିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଗତକାଲି ପାକିସ୍ତାନରେ ଲସ୍କରର ଟପ କମାଣ୍ଡର ଆତଙ୍କବାଦୀ ଅବୁ ସୈଫୁଲ୍ଲାକୁ ଅଜ୍ଞାତ ଆକ୍ରମଣକାରୀ ହତ୍ୟା କରିଥିବାବେଳେ ସେ ନେପାଳରେ ଲସ୍କର-ଏ-ତୈବାର ସମ୍ପୂର୍ଣ୍ଣ ମଡ୍ୟୁଲକୁ ପରିଚାଳନା କରୁଥିଲା। ଏହାର ମୁଖ୍ୟ କାମ ଥିଲା ଲସ୍କରର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କ୍ୟାଡର ଏବଂ ଆର୍ଥିକ ସହାୟତା ଯୋଗାଇବା। ଏହି ଆତଙ୍କବାଦୀ ନେପାଳ ଦେଇ ଲସ୍କର ଆତଙ୍କବାଦୀଙ୍କୁ ଭାରତ ପଠାଉଥିଲା। ଏହା ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ବ୍ୟତୀତ, ୨୦୦୧ ମସିହାରେ ରାମପୁରରେ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏବେ ନଜର ପକାନ୍ତୁ କେଉଁ ସବୁ ଆତଙ୍କବାଦୀ ପାକିସ୍ତାନରେ ଅଜଣା ଆକ୍ରମଣକାରୀଙ୍କ ହାତରେ ନିହତ ହୋଇଛନ୍ତି |
୧୫ ମାର୍ଚ୍ଚ ୨୦୨୫: ଅବୁ କତାଲ
ହାଫିଜ୍ ସଇଦର ଘନିଷ୍ଠ ସହଯୋଗୀ ଏବଂ ଲସ୍କର-ଏ-ତୈବା ଆତଙ୍କବାଦୀ ଅବୁ କତାଲକୁ ୧୫ ମାର୍ଚ୍ଚ ୨୦୨୫ରେ ପାକିସ୍ତାନରେ ହତ୍ୟା କରାଯାଇଥିଲା। ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।
ଅକ୍ଟୋବର ୧୧, ୨୦୨୩: ସାହିଦ ଲତିଫ
ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫକୁ ଅଜ୍ଞାତ ଆକ୍ରମଣକାରୀ ଗୁଳିକରି ହତ୍ୟା କରିଥିଲେ । ସାହିଦ ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଜାନୁୟାରୀ ୨, ୨୦୧୬ ରେ ପଞ୍ଜାବର ପଠାନକୋଟରେ ଘଟିଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫ ଥିଲା । ଏହା ବ୍ୟତୀତ ସାହିଦ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା ।
ଫେବୃୟାରୀ ୨୨, ୨୦୨୩: ବଶୀର ଅହମ୍ମଦ ପୀର
ଗତ ଫେବୃଆରୀରେ ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ବାସିନ୍ଦା ବଶିର ଅହମ୍ମଦ ପୀର ଓରଫ ଇମତିଆଜ ଆଲାମକୁ ପାକିସ୍ତାନର ଜଣେ ଅଜ୍ଞାତ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲା । ସେ ହିଜବୁଲ ମୁଜାହିଦ୍ଦିନର ଲଞ୍ଚିଂ କମାଣ୍ଡର ଥିଲା । ବଶିର ଅହମ୍ମଦ ପୀର ଓରଫ ଇମତିଆଜ ଆଲାମକୁ ପାକିସ୍ତାନର ରାୱଲପିଣ୍ଡିରେ ଗୁଳି କରି ହତ୍ୟା କରାଯାଇଥିଲା।
ଫେବୃୟାରୀ ୨୨, ୨୦୨୩: ଇଜାଜ ଅହମ୍ମଦ ଅହଙ୍ଗର
ଆତଙ୍କବାଦୀ ଇଜାଜ ଅହମ୍ମଦ ଅହଙ୍ଗରଙ୍କୁ ଫେବୃଆରୀ ୨୨ ରେ ଆଫଗାନିସ୍ତାନର କାବୁଲରେ ହତ୍ୟା କରାଯାଇଥିଲା। ଭାରତରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ସ୍ଥାପନା କରିବା ତାର ଲକ୍ଷ୍ୟ ଥିଲା । ଅଲ କାଏଦା ସହ ସେ ସମ୍ପର୍କରେ ଥିଲା । ୧୯୯୬ ରେ କାଶ୍ମୀର ଜେଲରୁ ମୁକ୍ତ ହେବା ପରେ ସେ ପାକିସ୍ଥାନକୁ ପଳାଇଥିଲା ଏବଂ ପରେ ସେଠାରୁ ଆଫଗାନିସ୍ତାନ ଯାଇଥିଲା । ସିଏ ଭାରତ ସରକାରଙ୍କର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ।
ଫେବୃୟାରୀ ୨୬, ୨୦୨୩: ସୟଦ ଖାଲିଦ ରଜା
ପାକିସ୍ତାନରେ ଅଲ-ବଦରର ପୂର୍ବ କମାଣ୍ଡର ସୟଦ ଖାଲିଦ ରଜାକୁ ଗୁଳି କରି ହତ୍ୟା କରାଯାଇଥିଲା। ଅଲ-ବଦର ଏକ ଚରମପନ୍ଥୀ ମୁସଲିମ ଆତଙ୍କବାଦୀ ସଂଗଠନ । ଖାଲିଦ ରଜା କାଶ୍ମୀରରେ ଆତଙ୍କବାଦୀଙ୍କୁ ତାଲିମ ଦେଉଥିଲା । ସୟଦ ଖାଲିଦ ରଜାକୁ କରାଚିରେ ଥିବା ତା ଘର ବାହାରେ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ଖାଲିଦ ରଜା କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାରେ ସକ୍ରିୟ ଥିଲା ।
ମାର୍ଚ୍ଚ ୦୪,୨୦୨୩: ସୟଦ ନୂର ଶାଲୋବର
ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଆତଙ୍କବାଦୀ ସୟଦ ନୁର ଶାଲୋବରକୁ ପାକିସ୍ତାନର ଖାଇବର ପାଖତୂନ୍ ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରିଥିଲେ। ପାକିସ୍ତାନୀ ସେନା ଏବଂ ଗୁପ୍ତଚର ଏଜେନ୍ସି ଆଇଏସଆଇର ସହଯୋଗରେ ଶାଲୋବର କାଶ୍ମୀରରେ ଆତଙ୍କବାଦ ବିସ୍ତାର କରୁଥିଲା ଏବଂ ନୂତନ ଆତଙ୍କବାଦୀ ମାନଙ୍କୁ ତାଲିମ ଦେଉଥିଲା ।
ଅକ୍ଟୋବର ୬, ୨୦୨୩: ମହମ୍ମଦ ରିୟାଜ
ଆତଙ୍କବାଦୀ ମହମ୍ମଦ ରିୟାଜକୁ ପାକିସ୍ତାନ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରବାଦ ଠାରୁ ୧୩୦ କିଲୋମିଟର ଦୂରରେ ଥିବା ରାୱାଲକୋଟରେ ହତ୍ୟା କରାଯାଇଥିଲା । ଏକ ମସଜିଦରେ ନମାଜ ପଢିବା ସମୟରେ ସେ ନିହତ ହୋଇଥିଲା । ଜଣେ ଅଜ୍ଞାତ ଆକ୍ରମଣକାରୀ ତା ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲା ।
୨୭ ଜାନୁଆରୀ ୨୦୨୦ରେ ଲାହୋରରେ ଖଲିସ୍ତାନୀ ଆତଙ୍କବାଦୀ ହରମିତ୍ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।