ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କଂଗ୍ରେସ ଧୀରେ ଧୀରେ ପଛକୁ ଠେଲି ହେଉଛି। ବିଜେପି ସମଗ୍ର ଜିଲ୍ଲାକୁ ଗେରୁଆମୟ କରିବାକୁ ପ୍ରଚେଷ୍ଟା କରୁଥିବା ବେଳେ ବିଜେଡି ତାର ପରିଚୟ ହରାଇଛି। ଦିନେ କଂଗ୍ରେସର ଗଡ଼ ଥିବା ମାଲକାନଗିରି ଏବେ ନିଜର ସତ୍ତା ଖୋଜୁଛି। ଦୀର୍ଘ ବର୍ଷ ଧରି ଜିଲ୍ଲା ସଭାପତି ଭାବେ ଗୋବିନ୍ଦ ପାତ୍ର ରହିଆସୁଥିବା ବେଳେ ଏଥର କିନ୍ତୁ ନୂତନ ସଭାପତିକୁ ଜିଲ୍ଲା ଦେଖିବାକୁ ଚାହୁଁଛି। ତେବେ ଏହାକୁ ନେଇ ଦଳରେ ଅନ୍ତଃକଳହ ଲାଗି ରହିଛି।

Advertisment

ସଭାପତି ଦୌଡ଼ରେ ଜଣେ ବରିଷ୍ଠ ନେତା ଜି.ଶ୍ରୀନବାସ ରାଓ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି। ଅନ୍ୟଦିଗରେ ଗୋବନ୍ଦ ପାତ୍ର ପୁଣି ସଭାପତି ହେବାକୁ ଆଶା କରିଥିବା ଜଣାପଡ଼ିଛି। ରାଜ୍ୟରେ କଂଗ୍ରେସର ମଙ୍ଗ ଭକ୍ତ ଦାସ ଧରିବା ପରେ ଏବେ ଜିଲ୍ଲାର ସଭାପତି ପଦବୀକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି। କଂଗ୍ରେସ ଜିଲ୍ଲାରେ ବିରୋଧୀ ଦଳର ଭୁମିକା ତୁଲାଇପାରୁନଥିବା ଅଭିଯୋଗ ହୋଇଛି। ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଜଳ ଦଳ ଦିଶୁଛି। ଗୋବିନ୍ଦ ପାତ୍ରଙ୍କୁ ପୁନଃ ସଭାପତି ପଦରେ କିଛି ବରିଷ୍ଠ ନେତା ଆଉ ଦେଖିବାକୁ ଚାହୁଁ ନାହାନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଯଦି କଂଗ୍ରେସକୁ ପୁଣି ମଇଦାନକୁ ଫେରାଇ ଆଣିବାକୁ ହେଲେ ଜଣେ ଦକ୍ଷ ଏବଂ କର୍ମଠ ସଭାପତି ଦରକାର ବୋଲି କର୍ମୀଙ୍କ ମହଲରେ ଆଲୋଚନା ଜୋର ଧରିଛି। ଅନ୍ୟଦିଗରେ ବିଧାୟକ ମଙ୍ଗୁ ଖିଲ କାହାକୁ ସମର୍ଥନ କରିବେ ତାହା ଦେଖିବାକୁ ବାକି ରହିଲା। 

ସଭାପତି ଦୌଡରେ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟରୁ ମାଲା ମାଢି, ନିଜେ ବିଧାୟକ ମଙ୍ଗୁ ଖିଲ, ଇର୍ମା ପଡିଆମି, ପର୍ଶୁରାମ ଭକ୍ତ ରହିଛନ୍ତି। ତେବେ କିଛି ନେତା ଏହି ପଦବୀ ଦୌଡ଼ରେ ନଥିବା ଏବଂ ଦୁରେଇ ରହିଥିବା ଏବେ କହୁଛନ୍ତି। କିନ୍ତୁ ପଦବୀ ମିଳିଲେ ହୁଏତ ଦଳକୁ ଆଗକୁ ନେବାରେ ସେମାନେ ଜୋରଦାର ଉଦ୍ୟମ କରିବେ ବୋଲି ମଧ୍ୟ ଭିତିରିଆ ପ୍ରଚାର କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଦଳ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମାଲାକନଗିରି ନିର୍ବାଚନ ମଣ୍ଡଳୀରେ ପରାଜୟ ବରଣ କରିଥିଲା। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଦୁଇ ରାଜନୈତିକ ଦଳର ବିଧାୟକ ନେତାଙ୍କୁ ଲୋକେ ଗ୍ରହଣ କରିପାରିନଥିବାରୁ ବାଧ୍ୟ ହୋଇ କଂଗ୍ରେସ ଆଡ଼କୁ ଢଳିଥିଲେ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ସଂପୂର୍ଣ୍ଣ କଂଗ୍ରେସ ଗଡ଼ ରହିଥିବା ବେଳେ ଏଥର କିନ୍ତୁ ଲୋକେ ମଙ୍ଗୁ ଖିଲଙ୍କ ଭାବମୂର୍ତ୍ତିକୁ ପସନ୍ଦ କରି ଭୋଟ ଦେଇଥିବା କୁହାଯାଇଛି। ଯଦି ଆଗକୁ ଏହି ଧାରା ବଜାୟ ରଖିବାକୁ ହେଲେ ଜଣେ ଦକ୍ଷ ସଭାପତିଙ୍କୁ ନିଯୁକ୍ତି କରିବାକୁ କଂଗ୍ରେସ କର୍ମୀ ଏବେ ଭିତିରିଆ ଲାଗି ପଡ଼ିଥିବା ଜଣାପଡ଼ିଛି। ତେବେ ଜିଲ୍ଲା କଂଗ୍ରେସର କିଏ ଆଗାମୀ ସଭାପତି ହେବ ତାହା ଦେଖିବାକୁ ବାକି ରହିଲା।