କିଏ ହେବ ଦେଶର ନୂଆ ପ୍ରଧାନମନ୍ତ୍ରୀ ? କଣ କହୁଛନ୍ତି ଜ୍ୟୋତିଷ ?

ନୂଆଦିଲ୍ଲୀ : ଦେଶରେ ସାଧାରଣ ନିର୍ବାଚନ ପାଇଁ ବାତାବରଣ ଦିନକୁ ଦିନ ଉଷ୍ମ ହୋଇଚାଲିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଜେପି, ସପା, ବସପା, ଶିବସେନା, ତୃଣମୂଳ କଂଗ୍ରେସ ଆଜି ପ୍ରଚାର ଆରମ୍ଭ କରିଦେଲେଣି । କଂଗ୍ରେସ ଓ ଅନ୍ୟ କେତେକ ପ୍ରମୁଖ ଦଳ ନିଜ ନିଜର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲେଣି । ବିଜେପି ମଧ୍ୟ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଏଥର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ଓ ରାହୁଲ ଗାନ୍ଧିଙ୍କ ନେତୃତ୍ବାଧୀନ ୟୁପିଏ ମଧ୍ୟରେ ମୁଖ୍ୟ ଲଢେଇ ହେବାକୁ ଯାଉଛି । ମୌଦାନରେ ତୃତୀୟ ସାମୁଖ୍ୟର ମାୟାବତୀ, ମମତା ବାନାର୍ଜୀ ପ୍ରମୁଖ ମଧ୍ୟ ପ୍ରଧାନମନ୍ତ୍ରୀ ପଦପାଇଁ ଆଶାୟୀ ଅଛନ୍ତି । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ହେବ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ? ମୋଦି, ରାହୁଲ କିମ୍ବା ଆଉ କିଏ ?

ଏ ସଂପର୍କରେ ଦେଶର ଜଣାଶୁଣା ଜ୍ୟୋତିଷମାନେ କଣ କହୁଛନ୍ତି ? ଏ ସଂପର୍କରେ ଆମ ଦେଶର ଜ୍ୟୋତିଷମାନେ ଭିନ୍ନ ଭିନ୍ନ ଭବିଷ୍ୟବାଣୀ କରିଛନ୍ତି । ବୈଦିକ ଜ୍ୟୋତିଷ ଅନିରୁଦ୍ଧ କୁମାର ମିଶ୍ର କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଏନଡିଏ ୨୭୨ରୁ ଅଧିକ ଆସନ ଜିଣିବ ଓ ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପକ୍ଷରେ ସୂର୍ଯ୍ୟ ନିଜର ସ୍ଥାନ ପରିବର୍ତ୍ତନ କରିଥିବାରୁ ତାହା କଂଗ୍ରେସ ପାଇଁ ଶୁଭଙ୍କର ହେବ ନାହିଁ । ଆଉ ଜଣେ ଭବିଷ୍ୟବକ୍ତା ଲାରା ଶାହା କହିଛନ୍ତି ଯେ ମୋଦିଙ୍କ ଗ୍ରହଚଳନ ଏବେ ଭଲ ରହିଛି । ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ସେହିପରି ଟାରଟ କାର୍ଡ ମାଧ୍ୟମରେ ଭବିଷ୍ୟ କହୁଥିବା ଜୋୟା ଲୋବୋ ମଧ୍ୟ ମୋଦିଙ୍କ ସପକ୍ଷରେ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ରାଜକୁମାର ଶର୍ମା ନାମକ  ବୈଦିକ ଜ୍ୟୋତିଷ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ।

ସମ୍ବନ୍ଧିତ ଖବର