ଆଜିକାଲି ଅନେକ ସାମାଜିକ ସମସ୍ୟା ଦେଖିବାକୁ ମିଳୁଛି। ଏପରି ସମସ୍ୟା ଆଗରୁ କ୍ବଚିତ୍ ଦେଖାଯାଉଥିଲା। ଏଥିପାଇଁ କିଏ ନାରୀମାନଙ୍କୁ ଦୋଷ ଦେଉଛନ୍ତି ତ କିଏ ପୁରୁଷମାନଙ୍କୁ। କିଏ ବ୍ରାହ୍ମଣମାନଙ୍କୁ ଦୋଷ ଦେଉଛନ୍ତି ତ କିଏ ପୁରୁଷତାନ୍ତ୍ରିକ ସମାଜ ବ୍ୟବସ୍ଥାକୁ। କିନ୍ତୁ କେହି ସରକାରଙ୍କୁ, ସମ୍ବିଧାନକୁ, ପଚିଯାଇଥିବା ଆଇନ ବ୍ୟବସ୍ଥାକୁ, ଅଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥାକୁ କିମ୍ବା ଭୋଟ୍‌-ସର୍ବସ୍ବ ଓ ଜାତିଆଣ ରାଜନୈତିକ ବ୍ୟବସ୍ଥାକୁ ଦୋଷ ଦେଉ ନାହାନ୍ତି। ଏଥିମଧ୍ୟରୁ ଗୋଟିଏ ବଡ଼ ସମସ୍ୟା ହେଉଛି ପରକୀୟା ସମ୍ପର୍କ ଓ ଛାଡ଼ପତ୍ର। ଏ ଦୁଇଟି ପାଶ୍ଚାତ୍ୟର ଜିନିଷ ବୋଲି ଆମେ ଜାଣିଥିଲୁ, କିନ୍ତୁ ଭାରତରେ ଏହା ଆଜିକାଲି ଅତି ସାଧାରଣ ହୋଇଗଲାଣି। ଆମେ ଯେତେବେଳେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବୁ ଓ ନିଜ ସଂସ୍କୃତିକୁ ଅନ୍ଧବିଶ୍ବାସ ଓ ଅବୈଜ୍ଞାନିକ କହି ହତାଦର କରିବୁ, ସେତେବେଳେ ପାଶ୍ଚାତ୍ୟର ସମସ୍ୟା ତ ଆମ ଘରକୁ ଆସିବ ନା। 

Advertisment

ପାଶ୍ଚାତ୍ୟ ଦେଶରେ ପ୍ରଚଳନ ଥିବା ଡେଟିଂ ଓ ବିବାହ-ପୂର୍ବ ସମ୍ପର୍କ ଏବେ ଭାରତରେ ସାଧାରଣ ହୋଇଗଲାଣି। ଭାରତର ନିଜସ୍ବ ଶିକ୍ଷା ବ୍ୟବସ୍ଥାକୁ ଇଂରେଜମାନଙ୍କ ଅମଳରୁ ଲୋପ କରିଦିଆଯାଇଛି, ତା’ ବଦଳରେ ମାକୁଲେଙ୍କ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହୋଇଛି। ଆଧୁନିକତା ନାମରେ ଇଂରେଜମାନଙ୍କ ଅମଳରେ ନ ଥିବା ସହଶିକ୍ଷା ବ୍ୟବସ୍ଥା ବି ଏବେ ସର୍ବତ୍ର ପ୍ରଚଳିତ। ଭାରତର ପ୍ରାଚୀନ ପବିତ୍ର ବିବାହ ବ୍ୟବସ୍ଥାକୁ ଏହା ପ୍ରଭାବିତ କରୁଛି। ଭାରତୀୟ ବିବାହ ବ୍ୟବସ୍ଥାରେ କେତେକ ନିୟମ ପାଳନ କରାଯାଉଥିଲା। ବର୍ଣ୍ଣ, ବଂଶ, ବୟସ, ଗୋତ୍ର, ଯୋଗ୍ୟତା, ସ୍ବାସ୍ଥ୍ୟ, ଆୟୁ, ଶିକ୍ଷା, ରୋଜଗାର, ଚରିତ୍ର ଇତ୍ୟାଦି ଦେଖାଯାଉଥିଲା। ଆଜିକାଲି ଏସବୁ କେହି ମାନୁନାହାନ୍ତି କାରଣ ସେମାନେ ଏ ନିୟମ ବିଷୟରେ ଜ୍ଞାତ ନୁହନ୍ତି କିମ୍ବା ଏହାକୁ ଅବୈଜ୍ଞାନିକ, ପକ୍ଷପାତମୂଳକ ବା ଆଧୁନିକ ସମାଜ ପାଇଁ ଅଦରକାରୀ ବୋଲି ଭାବୁଛନ୍ତି। ଫଳସ୍ବରୂପ ପାଶ୍ଚାତ୍ୟର ସମସ୍ୟା ଭାରତକୁ ଗ୍ରାସିଛି। 

ପାଶ୍ଚାତ୍ୟ ଦେଶରେ ପ୍ରଚଳନ ଥିବା ଡେଟିଂ ଓ ବିବାହ-ପୂର୍ବ ସମ୍ପର୍କ ଏବେ ଭାରତରେ ସାଧାରଣ ହୋଇଗଲାଣି। ଭାରତର ନିଜସ୍ବ ଶିକ୍ଷା ବ୍ୟବସ୍ଥାକୁ ଇଂରେଜମାନଙ୍କ ଅମଳରୁ ଲୋପ କରିଦିଆଯାଇଛି, ତା’ ବଦଳରେ ମାକୁଲେଙ୍କ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହୋଇଛି। ଆଧୁନିକତା ନାମରେ ଇଂରେଜମାନଙ୍କ ଅମଳରେ ନ ଥିବା ସହଶିକ୍ଷା ବ୍ୟବସ୍ଥା ବି ଏବେ ସର୍ବତ୍ର ପ୍ରଚଳିତ। ଭାରତର ପ୍ରାଚୀନ ପବିତ୍ର ବିବାହ ବ୍ୟବସ୍ଥାକୁ ଏହା ପ୍ରଭାବିତ କରୁଛି। ଭାରତୀୟ ବିବାହ ବ୍ୟବସ୍ଥାରେ କେତେକ ନିୟମ ପାଳନ କରାଯାଉଥିଲା। ବର୍ଣ୍ଣ, ବଂଶ, ବୟସ, ଗୋତ୍ର, ଯୋଗ୍ୟତା, ସ୍ବାସ୍ଥ୍ୟ, ଆୟୁ, ଶିକ୍ଷା, ରୋଜଗାର, ଚରିତ୍ର ଇତ୍ୟାଦି ଦେଖାଯାଉଥିଲା। ଆଜିକାଲି ଏସବୁ କେହି ମାନୁନାହାନ୍ତି କାରଣ ସେମାନେ ଏ ନିୟମ ବିଷୟରେ ଜ୍ଞାତ ନୁହନ୍ତି କିମ୍ବା ଏହାକୁ ଅବୈଜ୍ଞାନିକ, ପକ୍ଷପାତମୂଳକ ବା ଆଧୁନିକ ସମାଜ ପାଇଁ ଅଦରକାରୀ ବୋଲି ଭାବୁଛନ୍ତି। ଫଳସ୍ବରୂପ ପାଶ୍ଚାତ୍ୟର ସମସ୍ୟା ଭାରତକୁ ଗ୍ରାସିଛି। 

ମୁଁ ଏଠାରେ ଗୋଟିଏ ନିୟମ ବିଷୟରେ ଆଲୋଚନା କରିବାକୁ ଯାଉଛି, ତାହା ହେଉଛି ବୟସ। ଝିଅମାନଙ୍କ ପାଇଁ ବିବାହର ଉପଯୁକ୍ତ ବୟସ ହେଉଛି, କୌମାର୍ଯ୍ୟର ଶେଷ ଓ ଯୌବନର ଆରମ୍ଭ ଏବଂ ପୁଅମାନଙ୍କ ପାଇଁ ଉପଯୁକ୍ତ ବୟସ ହେଉଛି ଯୌବନର ଶେଷ ଓ ପ୍ରୌଢ଼ତ୍ବର ଆରମ୍ଭ। ଏଥି ସହ ଉପଯୁକ୍ତ ବୟସପାର୍ଥକ୍ୟ ରହିବା ବିଧେୟ। କିନ୍ତୁ ଆଜିକାଲି ଅଧିକାଂଶ ଝିଅଙ୍କ ବିବାହ ଯୌବନର ଶେଷ ପର୍ଯ୍ୟାୟରେ ହେଉଛି। ଏପରିସ୍ଥଳେ ଉପଯୁକ୍ତ ବୟସପାର୍ଥକ୍ୟ ଥିବା ପୁଅ ମିଳିବେ କେଉଁଠୁ? ତେଣୁ ବୟସର ନୈକଟ୍ୟରେ ବା ପ୍ରାୟ ସମାନ ବୟସରେ ବିବାହ ହେଉଛି। ସ୍ଥଳବିଶେଷରେ, ବିଶେଷତଃ ପ୍ରେମ-ବିବାହ କ୍ଷେତ୍ରରେ ଝିଅର ବୟସ ଅଧିକ ଥିବା ଜଣାପଡ଼ୁଛି। ଅନେକେ ସଚିନ ତେନ୍ଦୁଲକର-ଅଞ୍ଜଳି ମେହେଟ୍ଟା ଓ ଅଭିଷେକ ବଚ୍ଚନ-ଐଶ୍ବର୍ଯ୍ୟା ରାୟଙ୍କ ଉଦାହରଣ ଦେଇ ଆଜିକାଲି ଏଥିରେ କିଛି ଦୋଷ ନାହିଁ ବୋଲି କହୁଛନ୍ତି। 

ସୁପ୍ରଜନନ ବା ସୁସନ୍ତାନ ଲାଭ ହେଉଛି ବିବାହର ଗୋଟିଏ ବଡ଼ ଉଦ୍ଦେଶ୍ୟ। ନାରୀମାନଙ୍କର ପ୍ରଜନନ କ୍ଷମତା ସେମାନଙ୍କ ଯୌବନର ଆରମ୍ଭରେ ସବୁଠାରୁ ଅଧିକ ଥାଏ। ଏହି କ୍ଷମତା ବା ଉର୍ବରତା (ଫର୍ଟିଲିଟି) ବୟସ ବୃଦ୍ଧି ସଙ୍ଗେସଙ୍ଗେ ହ୍ରାସ ପାଇବାକୁ ଲାଗେ। ପାକଳ ମଞ୍ଜି ଉପଯୁକ୍ତ ସାରସମନ୍ବିତ ଉର୍ବର ଜମିରେ ପଡ଼ିଲେ ଫସଲ ଭଲ ହୋଇଥାଏ। କୁହାଯାଏ ସୁସ୍ଥସବଳ ନାରୀମାନେ ସର୍ବାଧିକ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ସନ୍ତାନ ଜନ୍ମ କରିବାର କ୍ଷମତା ରଖନ୍ତି, ଯଦିଚ ଆଜିକାଲି ଖାଦ୍ୟପେୟ, ‌ଜୀବନଶୈଳୀ ଓ ପରିବେଶ ଆଦି କାରଣରୁ ୪୦ରୁ ୪୫ ବର୍ଷ ଭିତରେ ଅନେକଙ୍କର ଋତୁବିରତି ହୋଇଯାଉଛି। ସେହିପରି ସୁସ୍ଥସବଳ ପୁରୁଷଙ୍କର ‌ଯୌନକ୍ଷମତା ପାଖାପାଖି ୬୦-୭୦ ବର୍ଷ ପର୍ଯ୍ୟନ୍ତ ରହେ। ସ୍ଥଳବିଶେଷରେ ଆହୁରି ଅଧିକ ବୟସ ପର୍ଯ୍ୟନ୍ତ ରହିପାରେ। ତା’ହେଲେ ପାର୍ଥକ୍ୟ କେତେ ହେଲା- ନିଶ୍ଚୟ ପାଖାପାଖି ୧୫ରୁ ୨୦ ବା ସ୍ଥଳବିଶେଷରେ ଅଧିକ। କିନ୍ତୁ ପ୍ରାୟ ସମାନ ବୟସରେ ବିବାହ ହେବା ଦ୍ବାରା ଯୌନ-ଅତୃପ୍ତି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଖୁଟ୍‌ଖାଟ୍‌, ଝଗଡ଼ା ଇତ୍ୟାଦି ହେବା ଅତି ସାଧାରଣ କଥା। କାରଣ ବିଳମ୍ବରେ ବିବାହ ହେଉଥିବାରୁ ବିବାହର ଅଳ୍ପ କିଛି ବର୍ଷ ପରେ ସ୍ତ୍ରୀର ଯୌନ-ଚାହିଦା ପ୍ରାୟ ଶେଷ ହୋଇଯାଇଥାଏ, କିନ୍ତୁ ପ୍ରାୟ ୬୦-୬୫ ବର୍ଷ ପର୍ଯ୍ୟନ୍ତ ପୁରୁଷର ଆକାଂକ୍ଷା ମରି ନ ଥାଏ। ତେଣୁ ସେହି ପୁରୁଷମାନେ ନିଜ ସ୍ତ୍ରୀଠାରୁ ନିରସ୍ତ ହୋଇ ସୁଯୋଗ ମିଳିଲେ ଅନ୍ୟ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବାକୁ ପସନ୍ଦ କରିପାରନ୍ତି। ପରକୀୟା ସମ୍ପର୍କର ଏହା ଅନ୍ୟତମ କାରଣ। ନିଜ ସ୍ତ୍ରୀ ଯେତେବେଳେ ଏ ବିଷୟରେ ଜାଣେ, ସେତେବେଳେ ପ୍ରଥମେ ଘରେ ଝଗଡ଼ା ହୁଏ, ତା’ପରେ କୋର୍ଟ-କଚେରୀକୁ ମାମଲା ଯାଏ ଏବଂ ଶେଷରେ ଛାଡ଼ପତ୍ରରେ ଶେଷ ହୁଏ। 

ବୟସପାର୍ଥକ୍ୟ ନ ରହିଲେ ପିଲାମାନେ ବି ରୋଗଣା ଓ ଅଳ୍ପାୟୁ ହୁଅନ୍ତି ଏବଂ ନିଜର ପରମାୟୁ ମଧ୍ୟ କ୍ଷୀଣ ହୁଏ। ସ୍ତ୍ରୀର ବୟସ ଅଧିକ ହେବା ତ ଶାସ୍ତ୍ରରେ ସମ୍ପୂର୍ଣ୍ଣ ନିଷିଦ୍ଧ- ଏଥିରେ ମାତୃହରଣ ଦୋଷ ଲାଗେ। ଆୟୁର୍ବେଦର ଜନକ ଚରକ ଲେଖିଛନ୍ତି,-

ବର୍ଣ୍ଣବୃଦ୍ଧାଂ ବୟୋବୃଦ୍ଧାଂ ତଥା ବ୍ୟାଧି-ପ୍ରପୀଡ଼ିତାଂ,
ଅକାମାଂ ମଳିନାଂ ଦ୍ବେଷ୍ୟାଂ ନୋପେୟାଦ୍ ପ୍ରମଦାଂ ନରଃ।

ଅର୍ଥାତ୍, ଯେଉଁ ସ୍ତ୍ରୀ ବର୍ଣ୍ଣରେ ବଡ଼ ବା ନିଜଠାରୁ ଉଚ୍ଚବର୍ଣ୍ଣର, ଯିଏ ବୟସରେ ବଡ଼, ଯିଏ କୌଣସି ଗୁରୁତର ରୋଗ ବା ସଂକ୍ରମଣଶୀଳ ଯୌନରୋଗରେ ପୀଡ଼ିତା, ଯିଏ ଅକାମା ବା ଯାହାର ଇଚ୍ଛା ନାହିଁ, ଯିଏ ମଳିନା ବା ଅପରିଚ୍ଛନ୍ନା ଏବଂ ଯିଏ ଦ୍ବେଷ୍ୟା ବା ସ୍ବାମୀଠାରେ ବିଦ୍ବେଷକାରିଣୀ- ଏପରି ସ୍ତ୍ରୀ ପ୍ରତି ଉପଗମନ କରିବ ନାହିଁ। ତାହା କଲେ ସ୍ବାସ୍ଥ୍ୟ ଓ ଆୟୁ କ୍ଷୟ ହେବ। 

                                                                                           -ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨