ଅହମଦାବାଦ: ଗତ ଥର ସାଧାରଣ ନିର୍ବାଚନରେ ମୋଦିଙ୍କ ହାଓ୍ଵାରେ ଭାରତୀୟ ଜନତା ପାର୍ଟି (ବିଜେପି) ଗୁଜୁରାଟର ସମସ୍ତ ୨୬ ଆସନରେ ବିଜୟୀ ହୋଇଥିଲା। ଏବେ ୫ ବର୍ଷ ପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ କ୍ଷମତା ଜାରି ରଖିବା ବିଜେପି ପାଖରେ ଚ୍ୟାଲେଞ୍ଜ ଛିଡ଼ା ହୋଇଛି। କାରଣ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ନିଜର ପ୍ରଦର୍ଶନରେ ସାମାନ୍ୟ ସଂଶୋଧନ ଆଣିଛି। ଏଥି ପାଇଁ ଏଥର ବିଜେପି ପାଇଁ ଏହି ସବୁ ଆସନରେ ବିଜୟୀ ହେବା ସେତେ ସହଜ ନୁହେଁ ବୋଲି ରାଜନୈତିଜ୍ଞମାନେ ଅନୁମାନ କରୁଛନ୍ତି।

Advertisment

publive-image photo by : Moneycontrol

ବର୍ଷ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୋଟ ୭୭ ଆସନ ମିଳିଥିଲା, ଯାହାକି ବିଗତ ୩ ଦଶନ୍ଧି ମଧ୍ୟରେ ଏହା ସର୍ବାଧିକ ଥିଲା। ଏହି ନିର୍ବାଚନରେ ହୋଇଥିବା ମତଦାନ ବିଶ୍ଲେଷଣରୁ ଜଣା ପଡୁଛି ଗୁଜୁରାଟର ୧୬ରୁ ୮ ଲୋକସଭା ଆସନ ଏମିତି ଥିଲା ଯେ, କଂଗ୍ରେସକୁ ବିଜେପି ତୁଳନାରେ ୧୪୦୦୦ ରୁ ୧.୬୮ ଲକ୍ଷ ଭୋଟ ଅଧିକ ମିଳିଥିଲା। ଏହି ଭୋଟରେ ବନାସକାଣ୍ଠା, ପାଟନ, ମେହସାଣା, ସାବରକାଣ୍ଠା, ସୁରେନ୍ଦ୍ରନଗର, ଅମରେଲି ଏବଂ ଆନନ୍ଦକୁ ସାମିଲ କରାଯାଇଛି। ଅତି ସାଧାରଣ ଭାବରେ କହିବାକୁ ଗଲେ ଏହି ୮ଟି ଲୋକସଭା ଆସନରେ କଂଗ୍ରେସକୁ ଅଧିକ ଭୋଟ ମିଳିପାରେ।

ଅନ୍ୟପକ୍ଷରେ ଯେଉଁ ୮ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଗରେ ଅଛି, ସେଠାରେ ୬ ଜଣଙ୍କୁ ବିଜେପି ନୂତନ ଭାବରେ ଟିକେଟ ଦେଇଛି। ମାତ୍ର ୨ ଜଣ ପୁରୁଣା ପ୍ରାର୍ଥୀ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ।