ବିସିସିଆଇର ବିଶ୍ୱସନୀୟତା ରକ୍ଷା ପାଇଁ ସବୁପ୍ରକାରର ଉଦ୍ୟମ କରାଯିବ : ଗାଙ୍ଗୁଲୀ

ମୁମ୍ବାଇ : ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ୩୯ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବା ପରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଗାଙ୍ଗୁଲୀ କହିଛନ୍ତି ଯେ ଭାରତୀୟ କ୍ରିକେଟର ବିକାଶ ଓ ବିସିସିଆଇର ସ୍ୱାର୍ଥରକ୍ଷା ପାଇଁ ସେ ସବୁପ୍ରକାରର ଉଦ୍ୟମ କରିବେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ହିସାବରେ ସେ ଯେପରି ମୁକ୍ତଭାବରେ ନିଷ୍ପତ୍ତି ନେଉଥିଲେ ବିସିସିଆଇ ସଭାପତି ଭାବରେ ମଧ୍ୟ ସେ କାହା ଦ୍ୱାରା ପ୍ରଭାବିତ ନହୋଇ ମୁକ୍ତଭାବେ ନିଷ୍ପତ୍ତି ନେବେ । ବିସିସିଆଇର ବିଶ୍ୱସନୀୟତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଯାହା ଜରୁରୀ ତାହା କରାଯିବ ଓ ଏଥିରେ କୌଣସି ସାଲିସ କରାଯିବ ନାହିଁ ।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ସେ କହିଛନ୍ତି ଯେ ସେ ହେଉଛନ୍ତି ଭାରତୀୟ କ୍ରିକେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି । ଭାରତୀୟ କ୍ରିକେଟ ଦଳକୁ ସେ ଆହୁରି ଉପରକୁ ନେବାକୁ ଚାହୁଁଛନ୍ତି । ବିସିସିଆଇ ପକ୍ଷରୁ ତାଙ୍କୁ ସବୁପ୍ରକାରର ଉଦ୍ୟମ କରାଯିବ ।

ସମ୍ବନ୍ଧିତ ଖବର